ଶୋଇଥିବା ବେଳେ ଗଛ ପଡ଼ି ଭାଙ୍ଗିଲା ଘର, ୩ ଗୁରୁତର

add-all

ସୋର: ଖଇରାରେ କାଳବୈଶାଖୀରେ ପ୍ରଭାବ। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କଇଁଥଗଡିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଵର୍ଷା, ପବନ, ବିଜୁଳି ଘଡଘଡିର ତାଣ୍ଡବ। ପବନରେ ଭାଙ୍ଗିଲା ଘର ଓ ଅନେକ ବଡ଼ ବଡ଼ ଗଛ । ଲୋକେ ଶୋଇଥିବା ବେଳେ ଗଛ ପଡ଼ି ଘର ଭାଙ୍ଗିଯାଇ ୩ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ଏକାଧିକ ବିଦ୍ୟୁତ ତାର ଛିଡ଼ି ପଡ଼ିଛି । ଖବରପାଇ ଅଡା ଦମକଳ ବାହୀନି ଘଟଣାସ୍ଥଳରେ ପହଁଚି ଗଛ କାଟିବା ସହ ରାସ୍ତା ଉପରେ ପଡିଥିବା ବିଦ୍ୟୁତ ଖୁଣ୍ଟ ହଟାଇଥିଲେ ।

ଗତ ୩ ଦିନ ତଳେ ସୂଚନାଥିଲା କି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ହୋଇଥିଲା କାଳବୈଶାଖୀ ତାଣ୍ଡବ । ୧୫ ଘଣ୍ଟା ହେଲାଣି ଅନ୍ଧାରରେ ଥିଲା ଆରଡି ସମେତ ୧୫ ଗାଁ । ବର୍ଷା ଓ ପବନରେ ଦୋକାନ ଘର ଭାଙ୍ଗିଯାଇଥିଲା । ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଥିଲା । ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଫଳରେ ଅନ୍ଧାରରେ ରହିଥିଲେ ଗାଁଲୋକ ।

Leave A Reply

Your email address will not be published.