କାଠ ଗୋଲା ଭିତରେ ବେଆଇନ ଗ୍ୟାସ୍ ଗୋଦାମ, ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ସିଲିଣ୍ଡର

add-all

ଭୁବନେଶ୍ବର: କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ । ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ବଡ଼ ଧରଣର ଚଢାଉ। ଗ୍ୟାସ ଗୋଦାମରେ ଚଢାଉ କରୁଛି ଯୋଗାଣ ବିଭାଗ । ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ଗ୍ୟାସ ଟ୍ୟାଙ୍କି ଜବତ ହୋଇଛି ।

ଗତମାସ ସୂଚନାଥିଲା କି, ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିଲା । ତେଣୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କୁହାଯାଉଥିଲା । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ରେଷ୍ଟୁରାଣ୍ଟ ଓ ହୋଟେଲକୁ ସହଜରେ ଗ୍ୟାସ ମିଳିବ । ଏହାସହ ଆଉ ୧୦ ପ୍ରତିଶତ ବଢାଇବା ପାଇଁ ଆଲୋଚନା ଚାଲିଥିଲା । କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଥିଲା।

Leave A Reply

Your email address will not be published.