ପତ୍ନୀର ତଣ୍ଟି କାଟିଲା ସ୍ବାମୀ, ହତ୍ୟା ପରେ କଲା ଆତ୍ମସମର୍ପଣ

add-all

ଭୁବନେଶ୍ବର : ଭୁବନେଶ୍ବର ଏୟାରଫିଲ୍ଡ ଥାନା କୁହାରେ ବୀଭତ୍ସ ହତ୍ୟାକାଣ୍ଡ । ପରିବା କଟା ଛୁରୀରେ ପତ୍ନୀର ତଣ୍ଟି କାଟିଲା ସ୍ବାମୀ । ପତ୍ନୀକୁ ହତ୍ୟା କରିବା ପରେ ଆତ୍ମସମର୍ପଣ କଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀ ଦେବରାଜ ଷଡ଼ଙ୍ଗୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକଙ୍କ ନାମ ପ୍ରିୟମ୍ବଦା ଷଡ଼ଙ୍ଗୀ । ଅଭିଯୁକ୍ତ ଦେବରାଜ ରିଟାର୍ଡ ସିନିୟର୍ ଆକାଉଣ୍ଟ ଅଫିସର ଥିବା ଜଣାପଡିଛି । ଘଟଣା ସ୍ଥଳରେ ଫେରେନସିକ୍ ଟିମ୍ ଏବଂ କମିସନରେଟ ପୋଲିସ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଛି । ମାନସିକ ଚାପ ପାଇଁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇ ବର୍ଷ ପୂର୍ବେ ଅବସର ନେଇଥିଲେ ଦେବରାଜ । ସେବେଠୁ ଘରେ ପତ୍ନୀଙ୍କ ସହ ରହୁଥିଲେ।

ଠିକ ସେହିପରି ଗତ ସାତ ଦିନ ତଳେ ପାରିବାରିକ କଳହରୁ ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ପିଟିପିଟି ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ମୃତକ ଥିଲେ ଅମ୍ବିକା । ହତ୍ୟା ପରେ ଅଭିଯୁକ୍ତ ତଥା ବ୍ୟବସାୟୀ ସୁଶାନ୍ତ ସ୍ୱାଇଁ ଗିରଫ ହୋଇଥିଲେ । ସୁଶାନ୍ତଙ୍କୁ ପ୍ରେମ କରି ବିବାହ କରିଥିଲେ ଅମ୍ବିକା । ବିଭିନ୍ନ କାରଣକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବିଳମ୍ବିତ ରାତିରେ ପତ୍ନୀ ଅମ୍ବିକାଙ୍କୁ ପିଟିପିଟି ଚେତାଶୂନ୍ୟ କରି ଦେଇଥିଲେ ସ୍ବାମୀ । ସେ ଅଚେତ ହୋଇଥିବା ଦେଖି ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ସୁଶାନ୍ତ । ଅମ୍ବିକାଙ୍କ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯୋଜନା ମଧ୍ୟ କରିଥିଲେ ସୁଶାନ୍ତ । ଶବ ବ୍ୟବଚ୍ଛେଦ ପରେ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥଲା ।

Leave A Reply

Your email address will not be published.