ମେଟ୍ରୋ ପ୍ରକଳ୍ପ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

add-all

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ । ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ର ନିକଟତର ନିଷ୍ପତ୍ତିକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି । ଏହି ପ୍ରକଳ୍ପକୁ ପୁଣି ଥରେ କାର୍ଯ୍ୟକାରୀ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପାଞ୍ଚ ପୃଷ୍ଠାର ବିସ୍ତୃତ ଚିଠି ଲେଖି ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ ଭୁବନେଶ୍ୱରର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟାକୁ ଦେଖିଲେ ମେଟ୍ରୋ ଏକ ଜରୁରୀ ଆବଶ୍ୟକତା । ପ୍ରକଳ୍ପ ବନ୍ଦ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏବେ ଏହାକୁ ବନ୍ଦ କରିଦେଲେ ଭବିଷ୍ୟତରେ ଆରମ୍ଭ କରିବା ପାଇଁ ୨ ରୁ ୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

ମେଟ୍ରୋ ଚାଲିଲେ ପର୍ଯ୍ୟଟନର ବିକାଶ ହେବ ଏବଂ କଟକ, ଖୋର୍ଦ୍ଧା, ଜଟଣୀ ଭଳି ଅଞ୍ଚଳର ଲୋକେ ଉପକୃତ ହେବେ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଓ ପାଣ୍ଠି ଆଣିବାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା । ରାଜ୍ୟ ସରକାରଙ୍କ କହିବା କଥା ଯେ, ଏଥିରେ ଯାତ୍ରୀ ସଂଖ୍ୟା କମ୍ ରହିବାର ଆଶଙ୍କା ଅଛି ଏବଂ ଏହା ଦ୍ୱାରା ଆର୍ଥିକ କ୍ଷତି ହୋଇପାରେ। ସେଥିପାଇଁ ସରକାର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରି ଅନ୍ୟ ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି ।

Leave A Reply

Your email address will not be published.