ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ ।  ଯୌନ ରାକ୍ଷସ ସାଜିଲା ଅଟୋ ଡ୍ରାଇଭର ।  ନାବାଳିକାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କଲା ଅଟୋ ଡ୍ରାଇଭର ।  ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଟୋ ଛାଡି ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ଦୁଷ୍କର୍ମକାରୀକୁ ଗିରଫ କରିବା ସହ ଅଟୋକୁ ଜବତ କରିଛି କ.ନୂଆଗାଁ ପୋଲିସ । ଗିରଫ ଅଭିଯୁକ୍ତ ହେଲା ସାରକେତା ଗାଁର ଗଣେଶ ପାତ୍ର।

ନାବାଳିକା ଜଣକ ଏକୁଟିଆ ଗାଧେଇବାକୁ ଯାଉଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିଲା ଅଟୋ ଡ୍ରାଇଭର । ନାବାଳିକାଙ୍କୁ ଏକୁଟିଆ ପାଇ ଅଟୋ ରଖି ନିଜେ ଗାଧୋଇବା ବାହାନାରେ ଯାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ।  ନାବାଳିକା ଜଣକ ନିଜକୁ ବଂଚାଇବାକୁ ବହୁତ ପ୍ରୟାସ କରିଥିଲେ । ଶେଷରେ ଜୋରରେ ପାଟି କରିବା ପରେ ଅଟୋ ଛାଡି ଜଙ୍ଗଲକୁ ଦୌଡ଼ି ପଳାଇଥିଲା ଅଭିଯୁକ୍ତ । ପରେ କ.ନୂଆଗାଁ ଥାନା ପରିବାର ଲୋକ ଲିଖିତ ଅଭିଯୋଗ ଆଧାରରେ ତୁରନ୍ତ ଘଟଣା ସ୍ଥଳକୁ ଯାଇ ଅଟୋ ଜବତ କରିଥିଲେ । ପରେ ଅଟୋ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ମଧ୍ୟ ଅଟୋ ଡ୍ରାଇଭର ନାଁରେ ବିଭିନ୍ନ ଥାନା ଅଂଚଳରେ ଦୁଷ୍କର୍ମ କରି ବହୁ ଥର ମାଡ଼ ଖାଇଥିଲା ।

Leave A Reply

Your email address will not be published.