ଇନ୍ଧନ ସଙ୍କଟ: ଏପ୍ରିଲ ୧୫ରୁ ମେ’ ୩୧ ପର୍ଯ୍ୟନ୍ତ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ବନ୍ଦ

add-all

ଝାରସୁଗୁଡ଼ା: ଏପ୍ରିଲ ୧୫ରୁ ମେ’ ୩୧ କୌଣସି ଉଡ଼ାଣ ନାହିଁ ।  ଇନ୍ଧନ ସଙ୍କଟ ଯୋଗୁଁ ଷ୍ଟାର ଏୟାର ବିମାନସେବା ସଙ୍କୁଚିତ ହେବା ଆଶଙ୍କା । ଇରାନ, ଇଜରାୟଲ ଓ ଆମେରିକା ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଚାରିଆଡ଼େ ଏବେ ଇନ୍ଧନ ସଙ୍କଟ । ଆଗକୁ ଅନ୍ୟାନ୍ୟ କ୍ଷେତ୍ର ଭଳି ବିମାନସେବା ମଧ୍ୟ ଏହାଦ୍ଵାରା ଗଭୀର ପ୍ରଭାବିତ ହେବାର ଆଶଙ୍କା ରହିଛି । ଝାରସୁଗୁଡ଼ା ଦେଇ ଭୁବନେଶ୍ଵର ଏବଂ ହାଇଦ୍ରାବାଦ ସିଧାସଳଖ ବିମାନସେବା ଏବଂ ବେଙ୍ଗାଲୁରୁ କୁ କନେଣ୍ଟି ଫ୍ଲାଇଟ ଯୋଗାଇ ଆସିଥିବା ଷ୍ଟାର୍ ଏୟାର ଆସନ୍ତା ୧୫ ତାରିଖ ଠାରୁ ମେ ୩୧ ଯାଏ ବିମାନସେବା ଏହି ସେକ୍ଟରରେ ବନ୍ଦ ରଖିବ ବୋଲି ଜଣାପଡ଼ିଛି ।

ଏହାକୁ ନେଇ ଷ୍ଟାର ଏୟାର ପକ୍ଷରୁ ବିମାନ ବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆ ଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହାକୁ ନେଇ ଷ୍ଟାର ଏୟାରର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଏହି ବିଷୟରେ ଆଲୋଚନା କରି କିଭଳି ଭାବେ ଝାରସୁଗୁଡ଼ାରୁ ଷ୍ଟାର ଏୟାର ପକ୍ଷରୁ ଚାଲୁଥିବା ବିମାନ ବନ୍ଦ ନହେଉ ତାହାକୁ ନେଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବି ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧାଉଣ୍ଡିଆ।

ad-week
Leave A Reply

Your email address will not be published.