ନଦୀରେ ଭାସି ଯାଇ ନାବାଳକ ନିଖୋଜ

add-all

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗୋଧୋଉଥିବା ବେଳେ ନଦୀରେ ଭାସି ଯାଇ ନାବାଳକ ନିଖୋଜ ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋବର୍ଧନପୁର ଗାଁର ଚିତ୍ରମ ନାଥଙ୍କ ୧୫ ବର୍ଷର ପୁଅ ସୁନିଲ ନାଥ ଆଜି ସକାଳେ ସୁବର୍ଣ୍ଣରେଖା ନଦୀକୁ ଗୋଧୋଇବାକୁ ଆସିଥିବା ବେଳେ ପ୍ରଖର ପାଣି ସ୍ରୋତରେ ଭାସି ଯାଇଥିଲେ  ।  ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ନଦୀ ଘାଟକୁ ଆସି ଖୋଜାଖୋଜି କରିଥିଲେ ମଧ୍ଯ ସୁନିଲର କୌଣସି ସନ୍ଧାନ ପାଇ ନଥିଲେ  ।  ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

Leave A Reply

Your email address will not be published.