
ମୟୂରଭଞ୍ଜ: ମେଡିକାଲରେ ମୃତଦେହ ରଖି ବିକ୍ଷୋଭ । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ବିକ୍ଷୋଭ । ମୟୂରଭଞ୍ଜ ରାସଗୋବିନ୍ଦପୁର କାକାବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିଲେ ପିଲା । ବାରିପଦା ପିଆରଏମରେ ଚିକିତ୍ସାଧିନ ଅବସ୍ଥାରେ ପଞ୍ଚମ ଶ୍ରେଣୀ ଛାତ୍ରୀ ରୂପାଲି ବେଶ୍ରାଙ୍କ ମୃତ୍ୟୁ ହୋଇଛି । ରୂପାଲିଙ୍କ ମୃତ୍ୟୁ ପରେ ମେଡିକାଲରେ ଶବ ରଖି ବିକ୍ଷୋଭ ଚାଲିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ସାଙ୍ଗକୁ କ୍ଷତି ପୂରଣ ଦାବିରେ ବିକ୍ଷୋଭ। ପରିବାର ଲୋକ, ସ୍ଥାନୀୟ ବାସିନ୍ଦା ଏବଂ ରାଜନୈତି ଦଳର କର୍ମକର୍ତ୍ତା ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ଚଳିତ ମାସରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଚାରିଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଗ୍ରାମବାସୀ । ବୋଲେରୋ-ବାଇକ ଦୁର୍ଘଟଣାରେ କୁମ୍ଭାରବାଡି ଗାଁର ଶାଶ୍ବତ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ପ୍ରତିବାଦରେ ଆଜି ରାସ୍ତାରୋକ କରାଯାଇଥିଲା ।