ମାଟ୍ରିକରେ ୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ ଟିନା ରଥ

add-all

ଭୁବନେଶ୍ୱର : ଅପ୍ରିଲ୍‌ ୧୫ରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକଣ୍ଡାରି ଏଜୁକେସନ୍‌ (ସିବିଏସ୍‌ଇ‌)ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷା ପାଇଁ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ଯେଉଁଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ ଟିନା ରଥ । ପୁରୀ ସ୍ଥିତ ମଦର ପବ୍ଲିକ୍‌ ସ୍କୁଲର ଛାତ୍ରୀ ଟିନା ମୋଟ ୫୦୦ରୁ ୫୦୦ ମାର୍କ ରଖି ଓଡ଼ିଶା ସମେତ ସାରା ଦେଶରେ ଟପର୍‌ ହୋଇଛନ୍ତି ।

ଗତବର୍ଷ ତୁଳନାରେ ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ସାମାନ୍ୟ ବୃଦ୍ଧି ଘଟିଛି । ସର୍ବଭାରତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍‌ହାର ୯୩.୭୦% ହୋଇଛି । ଯାହାକି ୨୦୨୫ ତୁଳନାରେ ୦.୦୪% ଅଧିକ । ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଦେଶରେ ୨୪ ଲକ୍ଷ ୮୩ ହଜାର ୪୭୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷ ୧୬ ହଜାର ୮ ଜଣ ପାସ୍‌ କରିଛନ୍ତି ।

ଓଡ଼ିଶାରେ ପରୀକ୍ଷା ଦେବାକୁ ୭୪୧ ବିଦ୍ୟାଳୟର ୬୫ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬୪ ହଜାର ୯୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୦ ହଜାର ୭୮୮ ଜଣ ପାସ୍‌ କରିଛନ୍ତି । ପାସ୍‌ହାର ୯୩.୬୬% ହୋଇଛି । ପରୀକ୍ଷା ଦେଇଥିବା ୩୪ ହଜାର ୫୧୨ ଜଣ ଛାତ୍ରଙ୍କ ମଧ୍ୟରୁ ୩୧ ହଜାର ୯୭୧ ଜଣ ଓ ୩୦ ହଜାର ୩୮୮ ଛାତ୍ରୀଙ୍କ ମଧ୍ୟରୁ ୨୮ ହଜାର ୮୧୭ ଜଣ ପାସ୍‌ କରିଛନ୍ତି । ଛାତ୍ରଙ୍କ ପାସ୍‌ହାର ୯୨.୬୦% ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୪.୮୩% ରହିଛି । ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.