ସ୍ତ୍ରୀର ଗଳା ଚିପି ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ପୁଟ ଗାଁରେ ସ୍ତ୍ରୀର ଗଳା ଚିପି ହତ୍ୟା ଅଭିଯୋଗରେ ହତ୍ୟାକାରୀ ସ୍ବାମୀ ପ୍ରକାଶ ରାଉତ(୩୬)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ ୨୦୧୫ ମସିହାରେ ପ୍ରକାଶ ରାଉତ ଓଡ଼ଗାଁ ଥାନା ନନ୍ଦୀଘୋର ଗ୍ରାମର ରମେଶ ପ୍ରଧାନଙ୍କ ଝିଅ ଜ୍ୟୋତିର୍ମୟୀ ଙ୍କୁ ହିନ୍ଦୁ ପ୍ରଥା ଓ ପରମ୍ପରା ଅନୁସାରେ ବିବାହ କରିଥିଲେ ।ବିବାହ ସମୟରେ କନ୍ୟା ଘର ତରଫରୁ ୫୦ ହଜାର ଟଙ୍କା, ୫ ଭରି ସୁନା ଆଙ୍ଗୁଠି ମୁଦି, ଗୋଟିଏ ସୁନା ଚେନ, ଗୋଟିଏ ସୁନା ହାର, ଗୋଟିଏ ମଙ୍ଗଳ ସୂତ୍ର, ଦୁଇ ଯୋଡ଼ା ରୂପା ପାଉଁଜି ସହିତ ସାମଗ୍ରୀ ଦିଆଯାଇଥିଲା ।ବିବାହର ଦୁଇ ବର୍ଷ ପରେ ଓମ୍ ସାଇ କୃଷ୍ଣ ରାଉତ ନାମରେ ଏକ ପୁଅ ଜନ୍ମ ହୋଇଥିଲା ।

ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ ସିଭିଲ ଠିକାଦାର କାମ ପାଇଁ ବାପଘରୁ ୨ ଲକ୍ଷ ଟଙ୍କା ଆଣିବା ପାଇଁ ଜ୍ୟୋତିର୍ମୟୀ ଉପରେ ଚାପ ପକାଇଥିଲେ। ମାତ୍ର ଜ୍ୟୋତିର୍ମୟୀ ଟଙ୍କା ଆଣିବା ପାଇଁ ମନା କରିଦେବାରୁ ଅଭିଯୁକ୍ତ ପ୍ରକାଶଏବଂ ତାଙ୍କ ପିତା ବସନ୍ତ କୁମାର ରାଉତ ଜ୍ୟୋତିର୍ମୟୀ କୁ ନିର୍ଯ୍ୟାତନା ଦେଇଥିଲେ ।ଜ୍ୟୋତିର୍ମୟୀ ର ବାପା ରମେଶ ପ୍ରଧାନ ହଠାତ୍ ୧୭.୦୯.୨୦୨୨ ରିଖ ଦିନ ରାତିରେ ଶାଶୁଘର ଲୋକେ ଜ୍ୟୋତିର୍ମୟୀ କୁ ଗଳା ଚିପି ହତ୍ୟା ଖବର ପାଇବା ପରେ ସେଠାକୁ ଗଲା ବେଳକୁ ଝିଅର ମୃତ ଦେହକୁ ଦାହ ସଂସ୍କାର କରି ଦେଇଛନ୍ତି । ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୭.୧୨.୨୦୨୫ ରିଖରେ ଶରଣକୁଳ ଥାନାରେ ୨୭୮/୨୦୨୫ ରେ ମାମଲା ରୁଜ୍ଜୁ ହୋଇଥିଲା ।ଘଟଣା ଦିନଠାରୁ ଅଭିଯୁକ୍ତ ପ୍ରକାଶ ଫେରାର ଥିବା ବେଳେ ସ୍ତ୍ରୀକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା କୁ ନେଇ ଦୀର୍ଘ ୪ ବର୍ଷ ପରେ (୧୫.୦୪.୨୦୨୬)ରେ କୋର୍ଟ ଚାଲାଣ କରାଯାଇଛି। ସେଠାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.