
ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସରଣ୍ ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ- ନକ୍ସଲ ଗୁଳି ବିନିମୟ ଜାରି ରହିଛି । ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟା ନାଗରା ଥାନା ଅନ୍ତର୍ଗତ ବାଲିବା ଗାଁ ନିକଟରେ ନକ୍ସଲଙ୍କ ପକ୍ଷରୁ ସୁରକ୍ଷା ବାହିନୀ ଉପରକୁ ଗୁଳି ଚାଳନା କରାଯାଇଥିଲା । ସର୍ଚ୍ଚ ଅପରେସନ ଚଳାଇଥିବା ଯବାନ ମାନଙ୍କ ପକ୍ଷରୁ ଯୋରଦାର ପାଲଟା ଜବାବ ଦିଆଯାଇଥିଲା । ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ସାଙ୍ଗକୁ ନକ୍ସଲଙ୍କ ଘଞ୍ଚଜଙ୍ଗଲର ଗଛ କୋରଡରେ ବସି ଗୁଳି ଚଳାଇବା ଫଳରେ ପାଞ୍ଚ ଜବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଘଟଣା ସ୍ଥଳରୁ ଆହତ ଯବାନଙ୍କୁ ପ୍ରଥମେ ବାଇକରେ ଆଣି ବିମାନ ନିକଟକୁ ପହଞ୍ଚାଇବା ପରେ ଚିକିତ୍ସା ପାଇଁ ସେମାନଙ୍କୁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । କୋବ୍ରା ୨୦୫ ବାଟାଲିୟନ ର ଇନିସପେକ୍ଟର ସତ୍ୟପ୍ରକାଶ, ଶୈଳେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାଏ, ପ୍ରେମ କୁମାର ଯବାନ ଜିତେନ୍ଦ୍ର ରାୟ ଗୁରୁତର। ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଉଛି ।