
ଭୁବନେଶ୍ବର: ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ଯାଏ ଛୁଟି । ପୂର୍ବ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ ।
ଅନ୍ୟପଟେ, ଅସହ୍ୟ ଖରାକୁ ଦେଖି ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଓ ଜନଗଣନା କାର୍ଯ୍ୟରେ ସାମିଲ ହେବେ ।
