୮୬ ଖଣ୍ଡ କଣ୍ଟା ବାଉଁଶ ସହ ଗାଡି ଜବତ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ର ଆଦିବାସୀ ବହୁଳ ଚଢ଼େୟା ପଲ୍ଲୀ ପଂଚାୟତ ର ହନୁମନ୍ତ ଛକ ଠାରୁ ଦଶପଲ୍ଲା ବନବିଭାଗ ତରଫରୁ ଚଢାଉ
କରାଯାଇ ଶନିବାର ରାତିରେ ୨ ଟି ଟାଟା ଗାଡି ସହ ସେଥିରେ ଆସୁଥିବା ୮୬ ଖଣ୍ଡ କଣ୍ଟା ବାଉଁସକୁ ଜବତ କରାଯାଇଥିବା ଜଣାଯାଇଛି,ଜବତ ବାଉଁଶର ମୁଲ୍ୟ ୨୦ ହଜାର ଟଙ୍କା ହେବ ତେବେ ଏହି ଘଟଣାରେ କେହି ଗିରଫ ହୋଇ ନଥିବା ଜଣା ଯାଇଛି,ଖବରରୁ ପ୍ରକାଶ ଯେ ହନୁମନ୍ତ ନିକଟସ୍ଥ କଣ୍ଠିପଦର କେନ୍ଦ୍ରିୟ ସଂରକ୍ଷିତ ଜଙ୍ଗଲରୁ ଚୋରାରେ ବାଉଁଶ ଆସୁଥିବାର ବିଶ୍ଵସ୍ତ ସୂତ୍ରରୁ ଖଵର ପାଇ ଦଶପଲ୍ଲା ରେଞ୍ଜର ଶ୍ରୀନିବାସ ଦାସଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ମାନେ ଉକ୍ତ ଅଂଚଳର ରାସ୍ତା ରେ ଜଗି ରହିଥିଲେ,,ତେବେ ବନବିଭାଗ କର୍ମଚାରୀଙ୍କୁ ଦେଖି ୨ ଗାଡିର ଡ଼୍ରାଇଭର ଗାଡ଼ିକୁ ଛାଡି ଫେରାର ହୋଇଯାଇଥିଲେ,ବନବିଭାଗ ବାଉଁଶ ସହ ଗାଡ଼ିକୁ ଧରି ଦଶପଲ୍ଲା ବନବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ,ତେବେ ଏସଂପର୍କରେ ୨ ଟି ୟୁଡି କେଶ ରୁଜୁ ହୋଇଛି, ସୋମବାର ଗାଡିର ମାଲିକ କିଏ ଆରଟିଓ ବିଭାଗକୁ ତଥ୍ୟ ମଗାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦଶପଲ୍ଲା ରେଞ୍ଜର ଶ୍ରୀନିବାସ ଦାସ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.