ବ୍ରହ୍ମପୁରରେ ପୁଣି ଜୀବନ ନେବା ଧମକ : ବୈଦ୍ୟନାଥପୁର ଥାନାରେ ଅଭିଯୋଗ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜୀବନ ନେବା ଧମକ ଘଟଣା ସମ୍ମୁଖକୁ ଆସିଛି। କନିସି ମଦନପୁର ଗ୍ରାମର କେ. ସୁରେଶ ନାମକ ଜଣେ ଯୁବକ ଜାମିନରେ ବାହାରିବା ପରେ ପୁଣି ଏସ. ଯୁଧିଷ୍ଠିରଙ୍କୁ ମାରିଦେବା ପାଇଁ ସୋସିଆଲ ମିଡ଼ିଆରେ ଧମକ ଦେଇଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ପୂର୍ବରୁ ବିଜିପୁର ଅଞ୍ଚଳରେ ଏସ. ଯୁଧିଷ୍ଠିରଙ୍କ ଉପରେ ମାରଣାନ୍ତକ ଆକ୍ରମଣ ଘଟଣାରେ କେ. ସୁରେଶ ଜଡିତ ଥିଲେ। ଏହି ମାମଲାରେ ଟାଉନ ଥାନା କେସ୍ ନମ୍ବର 225/20 ଅନୁଯାୟୀ ସେ ଜେଲ ଯାଇଥିଲେ।

ବର୍ତ୍ତମାନ ସେ ଜାମିନରେ ମୁକ୍ତି ପାଇବା ପରେ ପୁଣିଥରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁଧିଷ୍ଠିରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ଆସିଛି।

ଏହା ପରେ ଏସ. ଯୁଧିଷ୍ଠିର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଉଲ୍ଲେଖ୍ୟ, ଏପରି ଧମକ ଘଟଣାକୁ ପୋଲିସ ଗୁରୁତ୍ୱ ସହ କେସ୍ ରୂପେ ଗ୍ରହଣ କରି ତଦନ୍ତ କରୁଥିବା ଦେଖାଯାଉଛି l

nis-ad
Leave A Reply

Your email address will not be published.