ମାଲକାନଗିରି ଜିଲ୍ଲାରେ ନୂତନ ଏସଡିସି ଅଧକ୍ଷଙ୍କ ଦାୟିତ୍ଵ ଗ୍ରହଣ

add-all

ମାଲକାନଗିରି, ୨୦।୪ ମାଲକାନଗିରି ଜିଲ୍ଲାରେ ଆଜି ନୂତନ ଏସଡିସି ତଥା ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଗଙ୍ଗାଧର ସୋଡି। ତାଙ୍କ ସହ ଏସଡିସି ଉପଧକ୍ଷା ସାବିତ୍ରୀ ପଡିଆମୀ ମଧ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ। ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ଏହି ପଦବୀ ଖାଲି ପଡିଥିଲା। ଦୀର୍ଘ ଦିନ ଧରି ଏହି ପଦବୀ ଖାଲି ଥିବା ବେଳେ ଏହି ପଦବୀ ନିମନ୍ତେ ଶ୍ରୀ ସୋଡିଙ୍କୁ ଚୟନ କରାଯିବା ପରେ ସେ ଆଜି ବିଧିବଦ୍ଧ ଭାବେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଜିଲ୍ଲା ସଦରରେ ଥିବା ଶ୍ରୀରାମ ମନ୍ଦିରରେ ସେ ନିଜର ଦଳୀୟ କର୍ମକର୍ତ୍ତା ଓ ନେତୃ ମଣ୍ଡଳୀଙ୍କ ସହ ମିଶି ପ୍ରଥମେ ପୂଜାର୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଆସି କାର୍ଯ୍ୟଳୟରେ ପହଞ୍ଚି ଦାଇତ୍ଵ ଗ୍ରହଣ କରିଥିଲେ। ଜିଲ୍ଲାର ବିକାଶ ଦିଗରେ ଅନେକ କାର୍ଯ୍ୟ କରିବାର ଅଛି, ଏଣୁ ଜିଲ୍ଲା ବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ଦିଗରେ ସେ ତ୍ଵରିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଯୁବ ମୋର୍ଚା ସମ୍ପାଦକ ରତନ ବନିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିମାଇ ପାଲ,ସଦସ୍ୟା ସନ୍ତୋସିନୀ ପାତ୍ର, ବରିଷ୍ଟ ନେତା ଭବାନୀ ଶଙ୍କର ମୁଖାର୍ଜୀ, ବିଧାୟକ ପ୍ରତିନିଧି ନିହାର ରାୟ, ପୌରପରିଷଦ ସାଂସଦ ପ୍ରତିନିଧି ବିଜୟ ମହାରଣା, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ଜିଲ୍ଲା ମିଡିଆ ପ୍ରଭାରି ବି.ଶ୍ରୀନିବାସ ପାତ୍ର ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.