କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କଲେ ଗୌତମ ଗମ୍ଭୀର : ଜାଣନ୍ତୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ନିଲାମ ପାଇଁ ଯୋଜନା କ’ଣ…

add-all

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସିଜିନରେ ୮ ଟି ଦଳ ୧୦ ବଦଳରେ ଖେଳୁଥିବା ଦେଖାଯିବ। ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଏବଂ ଗୁଜୁରାଟରେ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଲକ୍ଷ୍ନୌର ପରାମର୍ଶଦାତା ଗୌତମ ଗମ୍ଭୀର ନିଲାମ ପୂର୍ବରୁ ତାଙ୍କ ଦଳ ଏବଂ କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ରାହୁଲଙ୍କୁ ବାଛିବା କାହିଁକି ସର୍ବୋତ୍ତମ ନିଷ୍ପତ୍ତି ବୋଲି ସେ କହିଥିଲେ। ଗମ୍ଭୀର ବିଶ୍ୱାସ କରନ୍ତି ଯେ, ରାହୁଲ ଗୋଟିଏ ଖେଳାଳିରେ ତିନିଜଣ ଅଟନ୍ତି।

କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କରି ଗୌତମ ଗମ୍ଭୀର କହିଛନ୍ତି ଯେ, ସେ ଏପରି ଜଣେ ଖେଳାଳୀ ଯିଏ ବ୍ୟାଟ୍ସମ୍ୟାନ୍, ୱିକେଟ୍ କିପିଂ ଏବଂ କ୍ୟାପଟେନ୍ ଅଟନ୍ତି। ଆଜି ‘ତିନିଟିରେ ଗୋଟିଏ’ ପାଇବା ଅତ୍ୟନ୍ତ କଷ୍ଟକର। ଯଦି ଆପଣ ପୁରା ଆଇପିଏଲ୍ କୁ ଦେଖବେ, ସେଠାରେ ‘ଥ୍ରୀ ଇନ୍ ୱାନ’ ପ୍ଲେୟାର୍ ନାହାନ୍ତି। ସେ ଜଣେ ଅତ୍ୟନ୍ତ କ୍ଷମତାଶାଳି କ୍ରିକେଟର ଏବଂ ଗତ ଦୁଇ-ତିନି ବର୍ଷ ମଧ୍ୟରେ ସେ ବହୁତ ରନ୍ ସଂଗ୍ରହ କରିଛନ୍ତି।

ରାହୁଲଙ୍କ ଅଧିନାୟକତ୍ୱ ଉପରେ ସେ କହିଛନ୍ତି, ତାଙ୍କ ଭିତରେ ଶାନ୍ତ ସ୍ଵଭାବ ଅଛି। ଯେକୌଣସି ଅଧିନାୟକଙ୍କ ପାଇଁ ଶାନ୍ତ ଏବଂ ସନ୍ତୁଳନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତାଙ୍କ ଫ୍ରାଞ୍ଚାଇଜ୍ ସହର ଲକ୍ଷ୍ନୌର ପ୍ରଶଂସା କରି ଗମ୍ଭୀର କହିଛନ୍ତି ଯେ, ମୋ ପାଇଁ ସବୁଠାରୁ ଭଲ କଥା ହେଉଛି ଏହା ହେଉଛି ଦେଶର ସବୁଠାରୁ ବଡ ସହର। ଯଦି ଆପଣ ଭଲ ଖେଳିବ ତେବେ ଆପଣଙ୍କର ସବୁଠୁ ବଡ ଫ୍ୟାନ୍ ବେସ୍ ମଧ୍ୟ ରହିବ। ଏହା ହେଉଛି ହିନ୍ଦୀ ହୃଦୟ, ଏହାଠାରୁ କ’ଣ ଭଲ ହୋଇପାରେ।

ଯୋଜନା ସମ୍ବନ୍ଧୀୟ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ବିସିସିଆଇରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ। ସ୍ପଷ୍ଟ ହେବା ପରେ ଆମେ ଜାଣିବୁ ଅଭ୍ୟାସ ଏବଂ ଅନ୍ୟାନ୍ୟ ଜିନିଷ କେବେ ଆରମ୍ଭ ହେବ।

ad-week
Leave A Reply

Your email address will not be published.