
ଅନୁଗୁଳ: ବିବାହ ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି । ଦୁଇ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା ଗାଁର ଦୁଇଜଣ ଗୁରୁତର ହୋଇଛନ୍ତି । ଉଭୟ ବରର ବନ୍ଧୁ । ଜଣଙ୍କ ଡାହାଣ ଗୋଡରେ ଗୁଳି ବାଜିଥିବାବେଳେ ଅନ୍ୟ ଜଣଙ୍କ ଡାହାଣ ହାତରେ ଗୁଳି ବାଜିଛି । ଉଭୟଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳି ଚଲାଇଥିବା ବ୍ୟକ୍ତି ମଧ୍ୟ ବରଯାତ୍ରୀରେ ଆସିଥିଲେ । କେଉଁ କାରଣରୁ ଫାୟାରିଂ ହୋଇଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଆଠମଲ୍ଲିକ ଥାନା ପୋଲିସ ।
ସେହିପରି କିଛିଦିନ ପୂର୍ବରୁ, ଯାଜପୁରରେ ଫୁଟିଥିଲା ଗୁଳି । ଯୁବକ ଗୁରୁତର ହୋଇଥିଲେ । ଯାଜପୁର ଥାନା ଅନ୍ତର୍ଗତ କାଳିମେଘା ନିକଟରେ ଯୁବକଙ୍କ ଉପରକୁ ରାତିରେ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ କୁଆଁସରପୁର ଅଂଚଳର ସୋମ୍ୟ ରଞ୍ଜନ ସାମଲ ଗୁରୁତର ହୋଇଥିଲେ । ଗୁଳିମାଡ଼ ପରେ ଅଭିଯୁକ୍ତ ଫେରାର ଥିଲେ । ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।
