ଅପହରଣକାରୀଙ୍କ ଟେର ପାଇ ପାରିଲାନି ପୋଲିସ, ମୁଣ୍ଡ ଜାମିନରେ ଲାଗିଗଲା ଯୁବକଙ୍କ ଜୀବନ ବାଜି…

ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ଆଙ୍ଗୁଠି…

add-all

ଗତ ବୁଧବାର ହୋଇଥିଲା ଅପହରଣ, ଆଜି ମିଳିଲା ମୃତଦେହ..

ବ୍ରହ୍ମପୁର  – ଗତ ବୁଧବାର ଭଳିବଲ ଖେଳି ଘରକୁ ଫେରିବା ବାଟରୁ ସତ୍ୟନାରାୟଣପୁର ଗ୍ରାମର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଉଠାଇ ନେଇଥିଲେ ଦୁବୃତ୍ତ ।ଅପହରଣ କରିବା ପରେ ମୁଣ୍ଡ ଜାମିନ ବାବଦକୁ ଦୁଇ କୋଟି କରିଥିଲେ ଦାବି ।ଘର ଲୋକ ଦେବାକୁ ଥିଲେ ପ୍ରସ୍ତୁତ କିନ୍ତୁ ଅପହରଣକାରୀ 

ଙ୍କ ଠାରୁ ଆସିନଥିଲେ କୌଣସି ଖବର । ହେଲେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁ ନିକଟ ରାସିପଙ୍କାଳ ଶଙ୍ଖ ନିକଟରେ  ଗୋଟେ ମୃତଦେହ ପଡିଥିବା ଖବର ମିଳିଥିଲା । ଯାହାକୁ ଘର ଲୋକେ ଏବଂ ପୋଲିସ ସୁଧୀରଙ୍କ ବୋଲି ଚିହ୍ନଟ କରିଛି । ତେବେ ଅପହରଣ ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ତେବେ କିଏ କାହିଁକି ସୁଧୀରଙ୍କୁ ଅପହରଣ କରି ନେଇଥିଲା ,କାରଣ କଣ ରହିଥିଲା କହିଁକି ହତ୍ୟା କରିଲା ତାହାର ତଦନ୍ତ କରୁଛି ପୋଲିସ । ଅପହରଣ ଏତେ ଦିନ ପରେ ଵି ପୋଲିସ ଟେର ପାଇଁ ନଥିଲା କେବଳ ଅନ୍ଧାର ରେ ବାଡ଼ି ବୁଲାଉଥିଲା ପୋଲିସ ଯାହାକି ଆଜି ପୋଲିସ ର କାର୍ଯ୍ୟକାରିତା ଉପରେ ଉଠିଛି ପ୍ରଶ୍ନ l ସୂଚନା ଥାଉକି ଅପହରଣ ହେବାର କିଛି ଦିନ ସୁଧୀର ଙ୍କ ମୋବାଇଲ ଚାଲୁ ରହିଥିବା ବେଳେ ପୋଲିସ ଏହାକୁ ଅତି ହାଲକା ଭାବରେ ନେଇଥିଲା ଏପରିକି ସାମାଜିକ ଗଣ ମାଧ୍ୟମ ରେ ଅପହରଣ କାରୀ ମାନେ ସୁଧୀର କୁ ଦାରିଙ୍ଗବାଡି ପଟକୁ ନେଇଥିବା ସୂଚନା ପ୍ରଦାନ କରିଥିଲେ ଯାହାକି ଆଜି ପ୍ରମାଣିତ ହୋଇଛି ମୃତ ଶରୀର ସୋରଡ଼ା ଜଙ୍ଗଲ ରୁ ମିଳିଛି l ପୋଲିସ ର ଏହି ପାରିବା ପଣ ହାଟରୁ ଆସି ଦାଣ୍ଡରେ ଗଡ଼ିଲାଣି l କୁଆଡେ ଗଲା ତଦନ୍ତ ଟିମ ବୋଲି ଏବେ ବୁଦ୍ଧିଜୀବୀ ପ୍ରଶ୍ନ କରିବା ସ୍ୱାଭାବିକ କଥା l ମୃତ ଶରୀର ମିଳିଲା ସତ କିନ୍ତୁ ଅପହରଣ କାରୀଙ୍କ ପତ୍ତା ପାଉନି ପୋଲିସ, ଯାହା ସମ୍ଭାବନା ଥିଲା ତାହାହିଁ ଘଟିଲା l ଏହି ମୃତ୍ୟୁ ପରେ ଜିଲ୍ଲାରେ ଏକ ପ୍ରକାର କକୁଆ ଭୟ ସୃଷ୍ଟି ହୋଇଛି l ଦେଖା ଯାଉ ପୋଲିସ ର ତଦନ୍ତ କେଉଁ ଆଡକୁ ଯାଉଛି ଏବଂ ଅପହରଣ କାରୀଙ୍କୁ କେବେ ପୋଲିସ ଗିରଫ କରୁଛି ତାହା ସମୟ କହିବ  

nis-ad
Leave A Reply

Your email address will not be published.