ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଲେ ଯୁବକ !

add-all

ଢ଼େଙ୍କାନାଳ: ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ। ବାପା – ମାଆଙ୍କୁ ଉଠାଇନେଲା ପୋଲିସ । ଜୀବନ ହାରିଲେ ପୁଅ । ଢ଼େଙ୍କାନାଳ ମୋଟଙ୍ଗା ଥାନା ନୀମିଧା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବେଣୁପାଣି ସାହୁ । ମୃତକ ବେଣୁପାଣି ଅନୁଗୁଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଉଭୟ ଘରୁ ଲୁଚି କିଛି ଦିନ ପାଇଁ ମୁମ୍ବାଇ ପଳାଇଥିଲେ।

ଝିଅ ଘର ଲୋକଙ୍କ ଏତଲା ପରେ ବେଣୁର ବାପା ମାଙ୍କୁ ଉଠାଇ ନେଇଥିଲା ଅନୁଗୁଳ ସଦରଥାନା ପୋଲିସ । ପ୍ରାୟ ଦୁଇ ତିନି ଦିନ ଧରି ଅଟକ ରଖିଥିଲା । ମୁମ୍ବାଇରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ଏହା ସହିନପାରି ବେଣୁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ବେକରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି । ତେବେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ବେଣୁଙ୍କ ପରିବାର ଲୋକ ।

nis-ad
Leave A Reply

Your email address will not be published.