ଟ୍ରେନଲାଇନ କଡ଼ରୁ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

add-all

ଭୁବନେଶ୍ବର: ଟ୍ରେନଲାଇନ କଡ଼ରେ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ଭିଏସଏସ୍ ନଗର ତାରିଣୀ ବସ୍ତି ନିକଟ ଟ୍ରେନ ଲାଇନରୁ ମିଳିଛି ମୃତଦେହ । ମୁହଁରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୃତଦେହ ଜବତ କରିଛି RPF ଓ ଜିଆରପି ପୋଲିସ । ମୃତକ ହେଉଛନ୍ତି ଦୁର୍ଗାଶ୍ରୀ ସାମଲ । ତାଙ୍କ ଘର ନୟାଗଡ଼ ଖଣ୍ଡପଡ଼ା ଅଂଚଳରେ । ମଞ୍ଚେଶ୍ୱରର ଏକ ଟେକ୍ସଟାଇଲ ଫ୍ୟାକ୍ଟ୍ରି ରେ କାମ କରୁଥିଲେ । ସକାଳୁ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକ ପହଞ୍ଚିଛନ୍ତି। ମୁହଁରେ ଦାଗ ଓ ବେକରେ ଦାଗ ରହିଥିବାରୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସ୍ବାମୀଙ୍କ ସହ ତାଙ୍କର ମନାନ୍ତର ଯୋଗୁଁ ସେ ପରିବାରଠାରୁ ଅଲଗା ରହୁଥିଲେ।

ସେହିପରି ଏପ୍ରିଲ ମାସରେ ଭଦ୍ରକ ଆରପିଏଫ ସହଯୋଗରେ ଯାଜପୁରରୁ ୧୪ଙ୍କୁ ଶିଶୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ୍ । ଜନଶତାଦ୍ଦୀ ଏକ୍ସପ୍ରେସରେ ୧୪ ଜଣ ଶିଶୁ ବିହାରରୁ ଟ୍ରେନ ଯୋଗେ ନିଆଯାଉଥବା ରାଜ୍ୟ ଶିଶୁ ସୁରକ୍ଷା ୟୁନିଟକୁ କେହି ଖବର ଦେଇଥିଲେ । ଏନେଇ ଭଦ୍ରକ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଭଦ୍ରକ ରେଳବାଇ ପୋଲିସ ବିଭିନ୍ନ ବଗିରେ ଖୋଜିବା ପରେ ଯାଜପୁର ଷ୍ଟେସନରୁ ସେମାନଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ସମସ୍ତଙ୍କୁ ଭଦ୍ରକ ଅଣାଯାଇଥିଲା ।

ad-week
Leave A Reply

Your email address will not be published.