
ବ୍ରହ୍ମପୁର /ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ରେ ଛତୁ ଫିଟିଲା ପରି ବେଆଇନ କରତ କଳ ଯାହା ଫଳରେ ଗଞ୍ଜାମ ଜିଲ୍ଲା ରେ ଥିବା ସୁନ୍ଦର ଜଙ୍ଗଲ ଧ୍ବଂସ ହେବାକୁ ଗଲାଣି l ମୁଖ୍ୟତଃ କାଠ ମାଫିଆ ମାନେ ଜଙ୍ଗଲ ର ମୂଲ୍ୟ ବାନ ଗଛ କାଟି ଚୋରା ଚାଲାଣ ରେ ଲାଗି ପଡିଛନ୍ତି l ସେଥିରେ ସାମିଲ ଅଛନ୍ତି କିଛି ଅସାଧୁ ବନ ବିଭାଗ ପ୍ରଶାସନ ଅଧିକାରୀ ବୋଲି ଵି ଅଭିଯୋଗ ଆସୁଛି l ସେ ଯାହାବି ହେଉ ଅନେକ ଦିନ ପରେ ବେଆଇନ୍ କରତ କଳରେ ଚଢ଼ାଉ କଲା ବନ ବିଭାଗ । ଚଢ଼ାଉ ବେଳେ ମିଳିଲା ବନ୍ଧୁକ ଓ ମାରଣାସ୍ତ୍ର । ବିପୁଳ ପରିମାଣର ମୂଲ୍ୟବାନ କାଠ ଏବଂ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରପାତି ବନବିଭାଗ ଜବତ କଲା ବନବିଭାଗ । ସଂପୃକ୍ତ କରତକଳରୁ ଗୋଟିଏ ବେଆଇନ୍ ମାଉଜର, ଦୁଇଟି ଦେଶୀ ବନ୍ଧୁକ , ଜୀବନ୍ତ ଗୁଳି ଏବଂ ଧାରୁଆ ଅସ୍ତ୍ର ଜବତ କରିଛି ପୋଲିସ । କରତକଳର ଦୁଇ ଝଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ଜଣେ ସହଯୋଗୀକୁ ଗିରଫ କରିଛି ପୋଲିସ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ତଥା ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଶିଆରିମାଳ ଗାଁ ନିକଟରେ ନଜରକୁ ଆସିଛି ଏଭଳି ଘଟଣା । ସଂପୃକ୍ତ ଗାଁ ନିକଟ ଏକ ଫାର୍ମ ହାଉସ୍ ରେ ଚାଲିଥିବା ବେଆଇନ୍ କରତକଳ । ଏ ସଂକ୍ରାନ୍ତରେ ସୂଚନା ପାଇ ଗୋଟିଏ ପ୍ଳାଟୁନ ପୋଲିସ ଫୋର୍ସ ସହ ବନ ବିଭାଗ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ଶାଗୁଆନ କାଠ ଜବତ ହୋଇଛି । ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ । ସେହିଭଳି କରତକଳର ସମସ୍ତ ଯନ୍ତ୍ରାଂଶକୁ ଗ୍ୟାସ କଟର ସାହାଯ୍ୟରେ କାଟି, ଜବତ କରାଯାଇଥିଲା । ସମୁଦାୟ ଯନ୍ତ୍ରାଂଶ ଗୁଡ଼ିକର ଅନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି କହିଛି ବନବିଭାଗ ।
