ଏସବିଆଇରେ ଗ୍ରାହକଙ୍କୁ ଆକ୍ରମଣ ଘଟଣା ; ମ୍ୟାନେଜର ନିଲମ୍ବିତ

Independence

ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ ଶାଖାରେ କିଛିଦିନ ଧରି କ୍ୟାସିୟର ଜିତେନ୍ଦ୍ର ପ୍ରସାଦ ଦାସ ଗ୍ରାହକଙ୍କୁ ଅଶାଳିନ ବ୍ୟବହାର କରିବା ସହ ନାନା ପ୍ରକାରର ଅସୁବିଧା ଆଳ ଦେଖାଇ ଗ୍ରାହକଙ୍କୁ ଅସୁବିଧାରେ ପକାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ଏପରି ଗ୍ରାହକମାନେ ଟଙ୍କା ଉଠାଣ ଓ ଜମା କରିବାରେ ଵହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଗତ ବୁଧବାର ଦିନ ଜଣେ ଗ୍ରାହକ ଛାତ୍ରୀ ତାଙ୍କର ଛାତ୍ରବୃତ୍ତି ଟଙ୍କା ଉଠାଇଵା ପାଇଁ ଆସିଥିବା ବେଳେ ତାଙ୍କୁ ବହୁ ବିଭ୍ରାନ୍ତିକର ପ୍ରଶ୍ନ କରିବା ସହ ହଇରାଣ କରିଥିଲେ। ଏପରି ବାବଦରେ ଛାତ୍ରୀଙ୍କର ଭାଇ ବ୍ୟାଙ୍କ କ୍ୟାସିୟରଙ୍କୁ ପଚାରିବାରୁ କିଛି ବୁଝାସୁଝା ନକରି ଏକ ଲୁହା ରଡ୍ ରେ ଵାଡେଇଥିଲେ। ଏପରି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶନିବାର ବ୍ୟାଙ୍କ ଉଚ୍ଚପଦାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ନେବା ସହ ଜିତେନ୍ଦ୍ର ପ୍ରସାଦ ଦାସଙ୍କୁ ନିଲମ୍ବନ କରିଛନ୍ତି। ଅପରପକ୍ଷେ ଵ୍ୟାଙ୍କର ଫିଲ୍ଡ ମ୍ୟାନେଜର ପ୍ରଶାନ୍ତ ନାୟକ ଗୁପ୍ତ ତଥ୍ୟ ଓ ସିସିଟିଭି ଭିଡ଼ିଓ ସାଧାରଣ ଲୋକଙ୍କୁ ପ୍ରଘଟ କରିଥିବାରୁ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ଆରଡି ଶାଖା ପରିଚାଳକ ଦିପକ ପାତ୍ର କହିଛନ୍ତି।

ad-week
Leave A Reply

Your email address will not be published.