
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ନିକଟରେ ମୋଟ ୪୭ ଜଣ ମାଓ କ୍ୟାଡର ୩୨ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଯାହା ବସ୍ତର ନକ୍ସଲ ନେଟୱାର୍କକୁ ବଡ଼ ଝଟକା । ପୋଲିସ କହିଛି ଯେ ପୁନର୍ବାସ ନୀତି ଏବଂ ଜୋରଦାର ସୁରକ୍ଷାକର୍ମୀଙ୍କ ଅପରେସନ ଯୋଗୁଁ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ।
ଏହା ଦକ୍ଷିଣ ବସ୍ତରରେ ମାଓ ନେଟୱାର୍କକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଛି । ସମସ୍ତ ଆତ୍ମସମର୍ପଣକାରୀ ସଦସ୍ୟ ଦକ୍ଷିଣ ବସ୍ତର ଡିଭିଜନାଲ କମିଟି ସହିତ ଜଡିତ ଥିଲେ । କ୍ରମାଗତ ଭାବରେ ଦୁର୍ବଳ ହେଉଥିବା ନେଟୱାର୍କ ବସ୍ତରରେ ମାଓବାଦର ପ୍ରଭାବ ହ୍ରାସ ପାଉଥିବା ସ୍ପଷ୍ଟ ଭାବରେ ସୂଚିତ କରୁଛି । ମାଓବାଦୀମାନେ ପୋଲିସ ନିକଟରେ ୩୨ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ସହ ଆତ୍ମସମର୍ପଣ କରିଛନ୍ତି ।
