ଟ୍ରଲର ସହ ଧକ୍କା ହେଲା ସ୍କୋର୍ପିଓ, ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

add-all

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମଉ ଜିଲ୍ଲାର ଦୋହରୀଘାଟ ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ରାଞ୍ଚିର ଏକ ବିବାହ ଉତ୍ସବ ସାରି ସ୍କର୍ପିଓ ଗାଡିରେ ପରିବାର ଲୋକ ଫେରୁଥିବାବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ, ସ୍କୋର୍ପିଓ ଗାଡ଼ି ହଠାତ୍ ନିୟନ୍ତ୍ରଣ ହରାଇ ଅନ୍ୟ ଲେନ୍‌କୁ ପାର ହୋଇ ସାମ୍ନାରୁ ଆସୁଥିବା ଏକ ଟ୍ରଲର ସହ ଧକ୍କା ହୋଇଥିଲା । ବରସ୍ତାପୁରରୁ ଅହିରାଣୀ ହାଇୱେରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ବିଳମ୍ବିତ ରାତି ପ୍ରାୟ ୨ଟାରେ ହୋଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ସ୍କର୍ପିଓ ଗାଡିରେ ଆସୁଥିବା ୫ ଜଣଙ୍କର ଘଟଣାସ୍ଥଳରେ ହିଁ  ମୃତ୍ୟୁ ଘଟିଥିଲା । ମୃତ ପରିବାର ରାଞ୍ଚିରେ ତାଙ୍କ ଝିଅର ବିବାହ ପରେ ଗୋରଖପୁରର ରାନିଡିହା ଗାଁକୁ ଫେରୁଥିଲେ । କିନ୍ତୁ ଘରକୁ ପହଞ୍ଚିବା ପୂର୍ବରୁ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ସମସ୍ତଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଏଥିସହ ମୃତକଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ମୃତକମାନେ ବିନୟ ଶ୍ରୀବାସ୍ତବ (୫୩), ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଶ୍ରୀବାସ୍ତବ (୪୮) ଏବଂ ପୁଅ କୃତାର୍ଥ ଶ୍ରୀବାସ୍ତବ (୨୭) ବୋଲି ଚିହ୍ନଟ କରାଯାଇଛି। ଦୁର୍ଘଟଣାରେ ରବିନ୍ଦ୍ର ଯାଦବ (୨୦) ଏବଂ ପୁରୁଷୋତ୍ତମ କୁମାର (୨୮)ଙ୍କର ମଧ୍ୟ ମୃତ୍ୟୁ ହୋଇଛି । ରବିନ୍ଦ୍ର ଯାଦବ ଏବଂ ପୁରୁଷୋତ୍ତମ କୁମାର ବିହାରର ଗୟା ଜିଲ୍ଲାର ମାଟିହାନି ଗାଁର ବାସିନ୍ଦା ଥିଲେ । ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ଶୋକରେ ଡୁବାଇ ଦେଇଛି ।

nis-ad
Leave A Reply

Your email address will not be published.