ଭୁଲ୍ ଇଞ୍ଜେକସନ ନେଲା ନାବାଳକର ଜୀବନ ! ଡାକ୍ତରଖାନାରେ ଭଙ୍ଗାରୁଜା

add-all

ବାସୁଦେବପୁର :  ଭୁଲ୍  ଇଂଜକସନରେ ନାବାଳକଙ୍କ ମୃତ୍ୟୁ  ଅଭିଯୋଗ । ଭଦ୍ରଜ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ମେଳାକସାହିର ଏଭଳି ଘଟଣା ଦେଖିବାକୁ ମିଳିଛି ।  ଏହି ସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁଅ ରକି  ବାଡ଼ିରେ ଖେଲୁଥିବା ସମୟରେ ଗୋଡ଼ ଆଣ୍ଠୁରେ ଏକ ବାଉଁଶ କଣ୍ଟା ପଶିଥିଲା ।  ଆଜି  ବାସୁଦେବପୁର ଡାକ୍ତରଖାନାରେ ପହଂଚି ଡ୍ରେସିଂ ହୋଇ ଡାକ୍ତରଙ୍କ ଲିଖିତ ଅନୁଯାଇ ଇଂଜକସନ ନେଇଥିଲା । ହଠାତ୍ ତାର ମୃତ୍ୟୁ ହୋଇଥିଲା ।

ଏପରି ଭଲ ଥିବା ପୁଅ ହଠାତ୍ ଏପରି ମୃତ୍ୟୁ ହେବାକୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦୋଷ ଦେଇଥିଲେ । ଏନେଇ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି । ଏପରି ଘଟଣା ଦେଖି ବାସୁଦେବପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଲିଛି । ଖବର ଲେଖା ହେବ ବେଳେକୁ ଡାକ୍ତରଖାନାରେ ଉତ୍ତେଜନା ଲାଗିରହିଛି ।

nis-ad
Leave A Reply

Your email address will not be published.