ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା ।  ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ରୁମମେଣ୍ଟ ନଥିବାର ସୁଯୋଗ ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ ।  ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ାରେ ଘଟିଛି ଘଟଣା ।  ପୀଡ଼ିତାଙ୍କ ଘର ଛତିଶଗଡ଼ ବିଳାସପୁର ଅଞ୍ଚଳର ଥିବା ସୂଚନା ।  ଅଭିଯୁକ୍ତ ଦୀପକ ପ୍ରଧାନକୁ ଗିରଫ କରିଛି ଇନଫୋଭାଲି ଥାନା ପୋଲିସ ।  ଅଭିଯୁକ୍ତର ଗଙ୍ଗପଡ଼ାରେ ଏକ ଗ୍ରୋସେରୀ ଦୋକାନ ରହିଛି ।  ଦୋକାନକୁ ଲାଗି ଏକ ଲେଡିଜ ହଷ୍ଟେଲ ରହିଛି ।

ଗତ ୨୪ ତାରିଖରେ ଛାତ୍ରୀ ଜଣଙ୍କ ନିଜ ରୁମ ମେଟ୍ ନଥିବା ବେଳେ ଏକାକୀ ଥିଲେ । ଏହାର ସୁଯୋଗ ନେଇ ହଷ୍ଟେଲରେ ପଶି ଦୁଷ୍କର୍ମ କରିଥିଲା ଦୀପକ ।  ଅଭିଯୁକ୍ତ ଗିରଫ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ  । ପୋଲିସ ମାମଲା ନମ୍ବର ୧୪୦/୨୬ ଆଧାରରେ ଏକ ବଳାତ୍କାର ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଘର ଗାଙ୍ଗପଡ଼ାରେ।

nis-ad
Leave A Reply

Your email address will not be published.