ଗଜପତି ମହାରାଜାଙ୍କ ବାରମ୍ବାର ଚିଠି ସତ୍ତ୍ବେ ହଷ୍ଟନରେ ଅଦିନିଆ ରଥଯାତ୍ରା କଲା ଇସ୍କନ

add-all

ପୁରୀ  : ପୁଣି ଅମାନିଆ ଇସ୍କନ ।  ଅଦିନରେ ରଥଯାତ୍ରା କଲା ଆୟୋଜନ ।  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ ।  ଗତ ଏପ୍ରିଲ ୧୧ ତାରିଖରେ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ ।  ଅଦିନରେ ରଥଯାତ୍ରା ନକରିବାକୁ ଇସ୍କନକୁ ବାରମ୍ବାର ଚିଠି ଲେଖୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ଶେଷରେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା ।  ଗଜପତି ମହାରାଜା କହିଥିଲେ, ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛନ୍ତି ।  ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଇଥିଲେ ।

ଏହା ସତ୍ତ୍ୱେ ମଧ୍ୟ ଇସ୍କନ ଶ୍ରୀମନ୍ଦିର ପ୍ରଶାସନ ,ରାଜ୍ୟ ସରକାର ଓ ଗଜପତିଙ୍କୁ ଭ୍ରୁକ୍ଷେପ ନ କରି ଅଦିନିଆ ରଥଯାତ୍ରା କରିଛି । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଏଭଳି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ସେବାୟତ ଦାବି କରିଛନ୍ତି ।  ଅନ୍ୟପଟେ ଆସନ୍ତା ଡ଼ିସେମ୍ବର ସୁଦ୍ଧା ଇସ୍କନ୍ ପକ୍ଷରୁ ବିଶ୍ଵର ବିଭିନ୍ନ ସ୍ଥାନରେ ୮୦ ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

nis-ad
Leave A Reply

Your email address will not be published.