ଆସିକା ଅଞ୍ଚଳ ରେ ରେକର୍ଡ ପରିମାଣର ବିଷାକ୍ତ ମଦ ପ୍ରସ୍ତୁତ ଚାଲିଛି……!

ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଅବକାରୀ ବିଭାଗ….

add-all

ବଟି ଖାଇ ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ…
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ପ୍ରସ୍ତୁତ ହୋଇ ଜିଲ୍ଲା ବାହାରକୁ ଚାଲାଣ ହେଉଛି।ଆସିକା ଅଞ୍ଚଳ ରେ ଅବକାରୀ ବିଭାଗ ଚେଇଁ ଶୋଇଛି। ତାହାର ନଗ୍ନ ନମୁନା ଗତ ଶୁକ୍ରବାର ଓ ଶନିବାର ଦିନ ଆସିକା ପୋଲିସ ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ସହ ସହ ଲିଟର ଦେଶୀ ମଦ ଜବତ କରିବା ସହ ୧୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣା ପଡିଛି। ଆସିକା ଅଞ୍ଚଳରୁ ଚୋରାରେ ଦେଶୀ ମଦ ଗତ ୧୫ ଡିସେମ୍ବର ଭୁବନେଶ୍ୱର ନିକଟସ୍ଥ ପୀତପଲ୍ଲୀ ଛକରୁ ବିପୁଳ ପରିମାଣର ଦେଶୀ ମଦ ପାଉଚ ଜବତ କରିବା ସହ ୪ ଜଣ ମଦ ମାଫିଆ ମାନଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ଥିଲା। ଆସିକା ଅଞ୍ଚଳ ରେ ରାଜା ପିଢ଼ିଆ ସାଙ୍ଗକୁ ରାସାୟନିକ ପଦାର୍ଥ ବ୍ୟବହାର କରି ଦେଶୀ ମଦ ପ୍ରସ୍ତୁତ କରାଯାଉଛି। ହୋମିଓ ପ୍ୟାଥିକ ସ୍ପିରିଟ ରେ ବିଦେଶୀ ମଦ ପ୍ରସ୍ତୁତ ହେଉଥିବାର ନଜିର ରହିଛି। ଆସିକା ଅଞ୍ଚଳ ରୁ ନୟାଗଡ ଜିଲ୍ଲା ସମେତ ଭୁବନେଶ୍ୱର ର ବିଭିନ୍ନ ଅଞ୍ଚଳ କୁ ନାମୀ ଦାମୀ ଗାଡ଼ିରେ ଚୋରା ଦେଶୀ ଓ ବିଦେଶୀ ମଦ ଚୋରା ଚାଲାଣ ହେଉଛି। ଆସିକା ଅଞ୍ଚଳ ରେ ଆଉ ଏକ ମଦ ମୃତ୍ୟୁ ପାଇଁ ଅବକାରୀ ବିଭାଗ ଅପେକ୍ଷା କରିଥିବା ନେଇ ଚର୍ଚ୍ଚା ହେଉଛି। ଆଜି ସୁଦ୍ଧା ଆସିକା ଅଞ୍ଚଳ ର ଦେଶୀ ମଦ ପ୍ରସ୍ତୁତ ହେଉଥିବା ପୋଚର କେମିକାଲ ଟେଷ୍ଟ ହୋଇନାହିଁ।ସ୍ୱଳ୍ପ ସମୟରେ ପୋଚ ପ୍ରସ୍ତୁତି ସକାଶେ ମାରାତ୍ମକ ରାସାୟନିକ ପଦାର୍ଥ ଓ ୟୁରିଆ ବ୍ୟବହାର ହେଉଛି। ଆସିକା ରୁ ନୟାଗଡ ଜିଲ୍ଲା ଓ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁ ଅବକାରୀ ବିଭାଗ ର କିଛି କର୍ମଚାରୀ ମାନଙ୍କ ସହ ମଦ ମାଫିଆ ମାନଙ୍କ ଫିକ୍ସିଙ୍ଗ ହୋଇଛି। ବାବୁ ମାନେ ଚୋରା ଚାଲାଣ କାରୀଙ୍କୁ ସାହାଯ୍ୟ କରି ଜଣେ ଜଣେ କୁବେର ପାଲୋଟି ଗଲେଣି ଜିଲ୍ଲା ଭିଜିଲାନ୍ସ ବିଭାଗ ମଧ୍ୟ ପାଉଣା ପାଇଁ ଚୁପ ବସିଛି l ବର୍ତ୍ତମାନ ଅବକାରୀ ବିଭାଗ ର କାମ କରୁଛି ପୋଲିସ ଅବକାରୀ ବିଭାଗ ମାଫିଆ ମାନଙ୍କ କୋଳରେ ବସି କ୍ଷୀର ପିଉଥିବା କୁ ନେଇ ସାଧାରଣ ରେ ଚର୍ଚ୍ଚା l ସୂଚନା ଥାଉକି କେବଳ ଆସିକା ନୁହଁ ପୁରୁଷୋତ୍ତମପୁର, କୋଦଳା, ଚିକିଟି, ପାତ୍ରପୁର, ଭଞ୍ଜନଗର, ଏବଂ ଖଲ୍ଲିକୋଟ ର ଵି ଏକା ଅବସ୍ଥା l ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଚୋରା ଏବଂ ବିଷାକ୍ତ ମଦ ବ୍ୟବସାୟୀ ଙ୍କ ହବ ପାଲୋଟି ଗଲାଣି, ପ୍ରଶାସନ କଣ ଆଉ ଏକ ମଦ ମୃତ୍ୟୁ ଭିବିଶିକା କୁ ଅପେକ୍ଷା କରିଛି ଏହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ରେ ସରକାର ଙ୍କୁ ପ୍ରଶ୍ନ….

nis-ad
Leave A Reply

Your email address will not be published.