୫୦ ବର୍ଷର ବାସିନ୍ଦାଙ୍କ ବାସଗୃହ ଉଚ୍ଛେଦ ପାଇଁ ନୋଟିସ, ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି

add-all

ଆଳି : ଥଇଥାନ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସି କାନ୍ଦି କାନ୍ଦି ଗୁହାରି କଲେ ଗୋପାଳପୁର ଗାଁର ୮ ପରିବାର । ଥଇଥାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସି କାନ୍ଦି କାନ୍ଦି ଗୁହାରି କଲେ ଗୋପାଳପୁର ଗାଁର ୮ ପରିବାର । ୫୦ ବର୍ଷର ବାସିନ୍ଦାଙ୍କ ବାସଗୃହ ଉଚ୍ଛେଦ ପାଇଁ ଜାରି ହୋଇଛି ସରକାରୀ ନୋଟିସ୍ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୮ଟି ପରିବାରର ଗୃହ ଉଚ୍ଛେଦ ପାଇଁ ଏହି ନୋଟିସ ଜାରି ହେବାପରେ ସଂପୃକ୍ତ ପରିବାର ଗୁଡ଼ିକରେ ଭାଳେଣି ପଡ଼ିଯାଇଛି । ବାସହରା ନକରି ଥଇଥାନ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଗାଡି ଆଗରେ ବସିରହି ଗୁହାରି କରିଛନ୍ତି । ଆଳି ତହସିଲ ଅଧିନ ଗୋପାଳପୁର ଗାଁର ୮ ପରିବାରର ସଦସ୍ୟମାନେ।ବ୍ରାହ୍ମଣୀନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୨୯ ତାରିଖରେ ଘର ଉଚ୍ଛେଦ ନେଇ ଆଳି ତହସିଲ ପକ୍ଷରୁ ନୋଟିସ ଜାରି କରାଯାଇଛି।

ପ୍ରଚଣ୍ତ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ବାସଗୃହ ଉଛେଦ କରାଗଲେ ସେମାନେ ପିଲାଛୁଆ ଧରି କେଉଁଠି ମୁଣ୍ଡ ଗୁଞ୍ଜିବେ ବୋଲି ପ୍ରଶ୍ନ କରିଛନ୍ତି । ଆଳି ପଂଚାୟତ ସମିତି ସଭାଗୃହରେ ଚାଲିଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀରେ ଜିଲ୍ଲାପାଳଙ୍କୁ ଭେଟି ଥଇଥାନ ପାଇଁ ଗୁହାରି କରିଥିଲେ। ୮ଟି ପରିବାର ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ସରକାରୀ ଜାଗାରେ ଘରଦ୍ୱାର କରି ରହିଆସୁଛନ୍ତି। ଅନ୍ୟପଟେ ବସୁନ୍ଧରା ଯୋଜନାରେ ସେମାନଙ୍କୁ ଜାଗା ଯୋଗାଇ ଦେବା ପାଇଁ ପକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।

ad-week
Leave A Reply

Your email address will not be published.