ଗ୍ୟାସ କଳାବଜାରୀ: ସିଲିଣ୍ଡର ବୋଝେଇ ଗାଡ଼ି ଜବତ

add-all

ଭୁବନେଶ୍ୱର : ବ୍ଲାକ ମାର୍କେଟରୁ ସିଲିଣ୍ଡର ଭର୍ତ୍ତି ଗାଡ଼ି ଜବତ ।  ଗ୍ୟାସ ବୋଝେଇ ଗାଡି ଜବତ କରି ଜଣଙ୍କୁ ଗିରଫ ଗଲା ପୋଲିସ ।  ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗ୍ୟାସ ଭର୍ତ୍ତି ଗାଡ଼ି ଜବତ ।  ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରୁ ଠାବ ହୋଇଛି ଗ୍ୟାସ ଗାଡ଼ି । ସିଲିଣ୍ଡର ପିଛା ସାଢ଼େ ୩ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଚଢ଼ାଉ କରିଥିଲା ପୋଲିସ ।  ୧୧ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ସହ ୮ଟି ଖାଲି ସିଲିଣ୍ଡର ଜବତ ହୋଇଛି ।

ଟେମ୍ପୋରେ ଭର୍ତ୍ତି କରି ଚୋରା ବିକ୍ରି ହେଉଥିଲା ଗ୍ୟାସ। ଏମାନେ ବିଭିନ୍ନ ଗ୍ୟାସ ଏଜେନ୍ସିର ନକଲି ରସିଦକୁ ଦେଖାଇ ଚେକିଂରୁ ଖସି ଯାଉଥିଲେ। କିନ୍ତୁ ବ୍ଲାକ ମାର୍କେଟରେ ବିକ୍ରି ବେଳେ ସିଲିଣ୍ଡର ଭର୍ତ୍ତି ଗାଡ଼ି ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏମାନେ ବସ୍ତିର କିଛି ଲୋକଙ୍କ ନାଁରେ ଗ୍ୟାସ ଖାତା ଖୋଲି ଅପରେଟ୍ କରୁଥିଲେ । ସେମାନଙ୍କ ନାଁରେ ଗ୍ୟାସ ବୁକିଂ କରି ସେହି ଗ୍ୟାସକୁ ବଜାରରେ ବ୍ଲାକ ମାର୍କେଟରେ ବିକ୍ରି କରୁଥିଲେ।

ଗିରଫ ଅଭିଯୁକ୍ତ ପୂର୍ବରୁ ଏକ ଗ୍ୟାସ ଏଜେନ୍ସୀରେ କାମ କରୁଥିଲେ। ସେବେଠୁ ଅନେକ ଗ୍ୟାସ ଖାତା କରାଇ ନେଇ ବସ୍ତି ବାସିନ୍ଦା ୫୦୦ଟଙ୍କା କମିସନ ବଦଳରେ ଗ୍ୟାସ ବୁକ୍ କରି ନିଜେ କଳାବଜାରୀ କରୁଥିଲେ। ବଦଳରେ ଗ୍ୟାସ ଚାହିଦା ଦେଖି ୩ହଜାରରୁ ୩୫୦୦ଟଙ୍କାରେ ବିକ୍ରି ମାଲେମାଲ ହେଉଥିଲେ। ଏନେଇ ଗ୍ୟାସ ଖାତା ଓ ରସିଦ ମଧ୍ୟ ଜବତ ହୋଇଛି ।

ad-week
Leave A Reply

Your email address will not be published.