ଲିଙ୍ଗରାଜ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ନୀତି କାନ୍ତିରେ ତ୍ରୁଟି ହେଲେ କାର୍ଯ୍ୟାନୁଷ୍ଠାନ

add-all

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ ।  ଏ ନେଇ ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ ।
ଏହି ଅବସରରେ ଜଷ୍ଟିସ କହିଛନ୍ତି କି, ମନ୍ଦିର ନିତିକାନ୍ତି, ସୁରକ୍ଷା, ସେବାୟତଙ୍କ ସୁବିଧା ଅସୁବିଧା ପ୍ରାପ୍ୟ ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ରିପୋର୍ଟରେ ରହିଛି । ଜାନୁଆରୀ 2026ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ । ଯଦି ନୀତି କାନ୍ତିରେ ତ୍ରୁଟି ବିଚ୍ୟୁତି ଦେଖା ଯାଏ ଆକ୍ସନ ନିଆଯାଇ ପାରେ।

କମିଟି ରିପୋର୍ଟରେ ଭକ୍ତ, ସେବାୟତ, ASI, ରାଜ୍ୟ ଗ୍ରନ୍ଥାଗାର, ଆଇନ ବିଶାରଦମାନଙ୍କ ମତ ରହିଛି । ଆଗାମୀ ଦିନରେ ମଧ୍ୟ ଅନେକଙ୍କ ମତ ସଂଗ୍ରହ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଆସିପାରେ । କମିଟି ଗଠନ ପରେ ଲିଙ୍ଗରାଜ ମନ୍ଦିରରେ ବିଶୃଙ୍ଖଳା କମିବାରେ ଲାଗିଛି । ସରକାର ଆଗକୁ ରିପୋର୍ଟଗୁଡ଼ିକ  ଅନୁଧ୍ୟାନ କରି ଆଇନରେ ପରିଣତ କରିବେ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.