ଜନଗଣନା ବେଳେ ଅଂଶୁଘାତ, ଚାଲିଗଲା ଶିକ୍ଷକଙ୍କ ଜୀବନ !

add-all

ସୁନ୍ଦରଗଡ଼: ଜନଗଣନା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ରୁ ଆସିଛି। ଜନଗଣନା କାମ କରୁଥିବା ସମୟରେ ଅଂଶୁଘାତ ଯୋଗୁଁଁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୨୫ ତାରିଖରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଶିକ୍ଷକ ଅନୁରାଗ ଏକ୍କା ସବଡେଗା ବ୍ଲକ କୁଲବା ଗ୍ରାମର ବାସିନ୍ଦା ଥିଲେ। ସେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜୋରଡା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଗତ ୧୮ ତାରିଖରେ ଜନଗଣନା କାମ କରୁଥିବା ବେଳେ ରାସ୍ତାରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ପ୍ରଥମେ ତାଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଗତ ୨୪ ତାରିଖରେ ପୁଣିଥରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିବାରୁ ପ୍ରଥମେ ବଣାଇ ଏବଂ ପରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ଶନିବାର ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଅଂଶୁଘାତ ଯୋଗୁଁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.