ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

add-all

ସିମୁଳିଆ : ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସମିତିର ଚାଷୀ ସମୂହଙ୍କ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ମାସ ୨୦ ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ଆବେଦନ ତାରିଖ ଧାର୍ଯ୍ୟ କରିଛନ୍ତି। ସେହି ଅନୁସାରେ ଜାମ୍ମୁଝାଡ଼ି ସମିତିର ଚାଷୀ ଆବେଦନ ନିମନ୍ତେ ଯାଇ ଭାରପ୍ରାପ୍ତ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରୁ ଫର୍ମ ଆଣି ଆବେଦନ କରିବାକୁ କହିଥିଲେ, ଆଜିକାଲି କହି ସେମାନଙ୍କ ଫର୍ମ ଆବେଦନ କରି ନ ଥିଲେ। ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ତାରିଖ ଅତିକ୍ରମ କରି ଯାଇଛି। ଏବେ ସେମାନେ ଋଣ, ଧାର ଓ ସୁଧକୁ ପଇସା ଆଣି ଚାଷ କରିଛନ୍ତି।

ଏହାକୁ କିପରି ଶୁଝିବେ ଚିନ୍ତାରେ ଚାଷୀ ଥିବାବେଳେ ଏ ସଂକ୍ରାନ୍ତରେ ଚାଷୀ ବାଲେଶ୍ୱର ଜିଲ୍ଲାପାଳ, ସିମୁଳିଆ ବିଧାୟକ,ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଆଜି ଶତାଧିକ ଚାଷୀ ଜାମ୍ମୁଝାଡ଼ି ସମିତି ସମ୍ମୁଖରେ ଦିନ ୯.୩୦ ମିନିଟ ସମୟରେ ଗ୍ରୀଷ୍ମ ପ୍ରଚଣ୍ଡ ଖରାରେ ଧାରଣାରେ ବସିଥିଲେ। ଏହି ଧାରଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ସେଠି ଓ ସମିତି ସଭ୍ୟ ସୁଶାନ୍ତ କୁମାର ନାୟକ ଚାଷୀଙ୍କୁ ନ୍ୟାୟ ନିମନ୍ତେ ଉପସ୍ଥିତ ଥିଲେ। ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଉପନିବନ୍ଧକ ବାଲେଶ୍ୱରର ଏକାଦେଶୀ ଦାସଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟାହ୍ନ ସମୟରେ ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଷୀ ତୁରନ୍ତ ସେମାନଙ୍କ ଧାନ ପଞ୍ଜିକରଣ କରିବା ଓ ଅସ୍ଥାୟୀ ସମ୍ପାଦକ ଶ୍ରୀ ବିଶ୍ୱାଳକୁ କାର୍ଯ୍ୟରୁ ଅପସାରଣ କରାଯାଇ ସ୍ଥାୟୀ ସମ୍ପାଦକ ନିଯୁକ୍ତି ନିମନ୍ତେ ଦାବି ଜଣାଇ ସମିତିର ଅନିର୍ଦ୍ଧିଷ୍ଟ ସମୟ ନିମନ୍ତେ ତାଲା ପକାଇ ଦେଇଥିବା ଜଣାଯାଇଛି। ଏ ସମ୍ପର୍କରେ ସହକାରୀ ଉପନିବନ୍ଧକ ଶ୍ରୀ ଦାସଙ୍କୁ ପଚାରିବାରୁ ତଦନ୍ତ କରି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି ପ୍ରକାଶ କରିଥିଲେ।

nis-ad
Leave A Reply

Your email address will not be published.