ଶୁଣିଲାନି ବ୍ୟାଙ୍କ, ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ପହଞ୍ଚିଲା ଭାଇ

add-all

କେନ୍ଦୁଝର: ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ। ବ୍ୟାଙ୍କ ଶୁଣିଲାନି ବୋଲି ପ୍ରମାଣ ପାଇଁ ଏପରି କରିଛି ଭାଇ। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ପାଟଣା ଥାନା ମଲ୍ଲିପଶି ଗାଁରେ ଘଟିଛି। ଭଉଣୀର କଙ୍କାଳକୁ ଧରି ଭାଇ ଗ୍ରାମ୍ୟ ବ୍ୟାଙ୍କକୁ ଆସିଥିବା ଘଟଣା ଏବେ ହଇଚଇ ସୃଷ୍ଟି କରିଛି। ଦୁଇ ମାସ ତଳେ ଭଉଣୀର ମୃତ୍ୟୁ ହୋଇଥିଲା। ଭଉଣୀର ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲା ଭାଇ। ମାତ୍ର ବ୍ୟାଙ୍କ ନ ଶୁଣିବାରୁ ନିୟମ ଅନୁସାରେ ଯାହାର ଆକାଉଣ୍ଟ ସେ ଆସିବା ଆବଶ୍ୟକ ବୋଲି କହିବାରୁ ଭାଇ ଏଭଳି କରିଥିବା କହିଛନ୍ତି। ଏବେ ଘଟଣାର ତଦନ୍ତ କରାଯାଉଛି।

ad-week
Leave A Reply

Your email address will not be published.