କୋଟିଏ ଟଙ୍କାର ସୁନା ଅଳଙ୍କାର ସହ ୪ ଲୁଟେରା ଗିରଫ

add-all

ନୀଳଗିରି: କୋଟିଏ ଟଙ୍କାର ସୁନା ଅଳଙ୍କାର ଜବତ ସହ ୪ ଗିରଫ । ବାଲେଶ୍ୱରରେ ବଡ଼ ଧରଣର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ । ଗିରଫ ୩ ଜଣ ମୁଖ୍ୟ ଅଭିଯୁକ୍ତ ସଦର ଅଞ୍ଚଳର ଦୀପକ ବେହେରା ଓରଫ କାଳିଆ, ସୁକାନ୍ତ ଦାସ ଓରଫ ସିପୁ ଏବଂ କାର୍ତ୍ତିକ ବେହେରା ଓରଫ ମୂଷି । ଏହାସହ ସେମାନଙ୍କଠାରୁ ଚୋରି ସାମଗ୍ରୀ କିଣିଥିବା ଦୋକାନୀ ଟାଉନ ଥାନା ଅଞ୍ଚଳର ବିକାଶ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପୋଲିସ ବାନ୍ଧିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୪ ଲକ୍ଷ ୮୦ ହଜାର ୪୦୦ ଟଙ୍କା ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗ୍ ବାଲେଶ୍ୱର ଜିଲ୍ଲାର ସଦର, ଖନ୍ତାପଡ଼ା ଏବଂ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଦୀର୍ଘ ଦିନ ହେବ ସକ୍ରିୟ ଥିଲେ ।

ଏମାନଙ୍କ ନାମରେ ପୂର୍ବରୁ ୧୬ଟି ବିଭିନ୍ନ ଥାନରେ ମାମଲା ରହିଛି । ଗତ ୧୫ ତାରିଖରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି ଏହି ବଡ଼ ସଫଳତା ମିଳିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଏହି ଗ୍ୟାଙ୍ଗ୍ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ଖୋଳତାଡ଼ ଜାରି ରଖିଥିବା ବାଲେଶ୍ୱର ପୋଲିସ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି । ଚୋରି ଗହଣାର ଆନୁମାନିକ ମୂଲ୍ୟ କୋଟିଏ ପଚାଶ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.