ରଙ୍ଗମଞ୍ଚରେ ଠେଙ୍ଗା ପଥର ମାଡ଼: ଦଳାଚକଟାରେ ଏକାଧିକ ଆହତ, ଜଣେ ଗୁରୁତର

add-all

ପିପିଲି: ରଣକ୍ଷେତ୍ର ପାଲଟିଲା ରଙ୍ଗମଞ୍ଚ । ବୁଲିଲା ଠେଙ୍ଗା, ପଥର ମାଡ଼ । ଭୟଙ୍କର ପରିବେସ ସ୍ରୁଷ୍ଟି ହୋଇଥିଲା ରଙ୍ଗମଞ୍ଚରେ । ଏତେମାତ୍ରାରେ ମାଡ଼ଗୋଳ ହୋଇଥିଲା ଯେ, ଲୋକମାନେ କ୍ଷତବିକ୍ଷତ ହେବା ସହ ଗୁରୁତିର ଆହତ ମଧ୍ୟ ହୋଇଛନ୍ତି । ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗାଁରେ ଡ୍ରାମା ପରିବେଷଣ ହେଉଥିବା ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଥିଲେ । ପରେ ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚ ଉପରେ ଡ୍ରାମା ପରିବେଷଣ ବେଳେ ଦଳାଚକଟାରେ ଜଣେ ଗୁରୁତର ହୋଇଛନ୍ତି ।

ଦଳାଚକଟାରେ ଏକାଧିକ ଆହତ, ଜଣେ ଗୁରୁତର । ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । କଳାକାରଙ୍କୁ ମରଣାନ୍ତକ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ଜିନିଷ ପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି ।

nis-ad
Leave A Reply

Your email address will not be published.