ଆସିକା ACMPCS ର ଜମି କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କୁ ଶାଗ ମାଛ ଦରରେ ଲିଜ ଦେବା ପଛରେ ରହସ୍ୟ କଣ….?

add-all


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ରୂପେ ଆସିକା ମାନ୍ୟତା ରହି ଆସିଛି। ବ୍ରହ୍ମପୁର ଗୁଡ଼ ସେଡ଼ ରୋଡ଼ ନିକଟରେ ଥିବା ବହୁ ମୂଲ୍ୟବାନ ଜମିକୁ ପ୍ରଥମେ ୩୦ ବର୍ଷିଆ ଲିଜ ଗୁରୁକୁଳ ଶିଖା ଅନୁଷ୍ଠାନ କୁ ଦିଆଗଲା। ପାରବର୍ତ୍ତୀ ସମୟରେ ଉକ୍ତ ଶିକ୍ଷା ନୁଷ୍ଠାନ ଉକ୍ତ ଜମିର କିଛି ଅଂଶକୁ ଦୋକାନ ଗୃହ ନିର୍ମାଣ କରି ସବ୍ ଲିଜରେ ଦେଲେ। ପୁଣି ଉକ୍ତ ଜମି ନିକଟରେ ଥିବା ବଳକା ଜମିକୁ ୯୯ ବର୍ଷିଆ ଲିଜ ନେବାକୁ ଭୁବନେଶ୍ୱର ରେ ଏକ ବଡ଼ ଡ଼ିଲ ପାଇଁ ଖସଡା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ଆସିକା ACMPCS ର କବିସୂର୍ଯ୍ୟନଗର ବିଦ୍ୟୁତ ସବ ଷ୍ଟେସେନ ସମ୍ମୁଖ ରେ ଥିବା ବହୁ ମୂଲ୍ୟବାନ ଜମିକୁ ତତ୍କାଳୀନ ଜିଲ୍ଲା ପାଳ ଆସିକା ଅଞ୍ଚଳ ର ପ୍ରଭାବ ଶାଳୀ ବ୍ୟକ୍ତିଙ୍କୁ ୩୦ ବର୍ଷିଆ ଲିଜରେ ଦେଲେ ବର୍ତ୍ତମାନ ସେଠାରେ ବଡ଼ ଅଟାଳିକା କରି ବ୍ୟାଙ୍କ ଙ୍କୁ ଭଡାରେ ଦିଆଯାଇଛି। ତାପରେ ଜିଲ୍ଲା ପାଳ ମହାଶୟ ସେହି କରିତକର୍ମା ବ୍ୟକ୍ତିଙ୍କୁ ଆସିକା ନୂତନ ବସଷ୍ଟାଣ୍ଡ ନିକଟରେ ଥିବା ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ଜମିକୁ ମାତ୍ର ଅଢେଇ କୋଟି ଟଙ୍କାରେ ୯୯ ବର୍ଷ ପାଇଁ ଲିଜ ରେ ଦେଇଦେଲେ। ଉକ୍ତ ଜମି ଲିଜ ଦେବା ସମ୍ପର୍କ ରେ ଆସିକା ବିଧାୟକ ସରୋଜ ପାଢ଼ୀ ବିଧାନସଭା ରେ ବିଭାଗୀୟ ମନ୍ତ୍ରୀ ଙ୍କୁ କେଉଁ ପରିସ୍ଥିରେ ଶାଗ ମାଛ ଦରରେ ୯୯ ବର୍ଷ ପାଇଁ ଲିଜ ଦିଆଗଲା ବୋଲି ପ୍ରଶ୍ନ କରିଥିଲେ। ଡବଲ ଇଞ୍ଜିନ ସରକାର ବା ବାକ୍ୟବୀର ସରକାର ସରକାରୀ ଜବର ଦଖଲ ଜମି ସରକାର ଙ୍କ ହାତକୁ ଅଣା ଯିବ ବୋଲି ଚିତ୍କାର କରୁଥିଲେ। ବର୍ତ୍ତମାନ ଆସିକା ବସଷ୍ଟାଣ୍ଡ ନିକଟରେ

ଦିଆଯାଇଥିବା ACMPCS ର ଜମି ଉପରେ କୋଟି କୋଟି ଟଙ୍କା ର ବଡ଼ ବଡ଼ ଅଟାଳିକା ନିର୍ମାଣ କରି ସବ୍ ଲିଜ ରେ ମଲ କୁ ଦିଆଯାଇଛି। ତତ୍କାଳୀନ ଜିଲ୍ଲା ପାଳ ଆସିକା ଅଞ୍ଚଳର ପ୍ରଭାବ ଶାଳୀ ଜଣେ ହିଁ ବ୍ୟକ୍ତିଙ୍କୁ କବିସୂର୍ଯ୍ୟନଗର ଓ ଆସିକା ଠାରେ ଜମି ଲିଜ ଦେବା ପଛରେ ଉଦେଶ୍ୟ କଣ ବୋଲି ସାଧାରଣ ରେ ଆଲୋଚନା ହେଉଛି। ବ୍ରହ୍ମପୁର, କବିସୂର୍ଯ୍ୟନଗର ଓ ଆସିକା ଅଞ୍ଚଳର ACMPCS ର ଜମି ଲିଜ ସମ୍ପର୍କ ରେ ସରକାର ତଦନ୍ତ କଲେ ଆଇ.ଏ.ଏସ ବାବୁ ଓ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ର ଅସଲ ମୁଖା ଖୋଲିବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଶୁଣିବାକୁ ମିଳୁଛି ବିଗତ ଦିନର ଜିଲ୍ଲା ମୁଖିଆ ଏହି ଲିଜ କାରବାର ରେ ମୁଖ୍ୟ ସହଯୋଗୀ ଅଛନ୍ତି ତେଣୁ ଏହି ଦୁର୍ନୀତି ବିରୋଧ ରେ ପ୍ରଶାସନ ସବୁ ଜାଣି ସୁଦ୍ଧା ହାତ ମାରୁନି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି l ଗଞ୍ଜାମ ଜିଲ୍ଲା ରେ ଥିବା ମୂଲ୍ୟବାନ ଜମି ଏବେ ମାଫିଆ ମାନଙ୍କ ହାତରେ ଯେଉଁଥିରେ କିଛି ପ୍ରସାସୈନିକ ଅଧିକାରୀଙ୍କ ଭାଗ ଵି ରହିଛି ଯାହାକି ତଦନ୍ତ ସାଫେକ୍ଷ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଦାବୀ ରଖିଲେଣି l ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର ଵି ଡବଲ ବୋନସ ଖାଇ ଚୁପ ବୋଲି ଆଲୋଚନା ହେଉଛି l ତେଣୁ ରାଜ୍ୟ ସରକାର ସିବିଆଇ କିମ୍ବା ଭିଜିଲାନ୍ସ ଦ୍ଵାରା ତଦନ୍ତ କଲେ ବହୁ ଗୁମର ଖୋଲିବ… I

ad-week
Leave A Reply

Your email address will not be published.