ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

add-all

କଣ୍ଟାବାଞ୍ଜି : ମୁରିବାହାଲ ଥାନା ଅଧୀନସ୍ଥ ଗୋଇମୁଣ୍ଡ ପଞ୍ଚାୟତ ଚିତ୍ରାମୁଣ୍ଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜାନକୀ ସାହୁ ନାମକ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତଦେହ ତାଙ୍କ ଜମିରେ ଥିବା ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି।

ସୂଚନା ମୁତାବକ, ସକାଳ ସମୟରେ ରଞ୍ଜୁ ଘରୁ ବାହାରକୁ ଯାଇଥିଲେ କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଫେରି ନଥିଲେ। ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବହୁ ଖୋଜାଖୋଜି ପରେ ଶେଷରେ ରାତି ପ୍ରାୟ ୯.୩୦ ସମୟରେ କୂଅ ଭିତରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ମୁରିବାହାଲ ପୁଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜଗି ରହିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଡଗ ସ୍କ୍ୱାର୍ଡ ଆସିବା ପରେ କୂଅ ଭିତରୁ ଶବ ଉଦ୍ଧାର କରାଯିବ। 

ad-week
Leave A Reply

Your email address will not be published.