ଆସିକା ଅଞ୍ଚଳ ରେ ଥିବା ବେଆଇନ ବାଲି ଘାଟ ଉପରେ ୧୪୪ ଧାରା ଧର୍ମକୁ ଆଖିଠାର : ଚାଲିଛି ଖୁଲାମ ଖୁଲା ଚୋରା ବାଲି ଚାଲାଣ ….!
ଏଠାରେ ପ୍ରଶାସନ ସାଜିଛି ଧୃତରାଷ୍ଟ୍ର…!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ରାଜସ୍ବ ବିଭାଗ ଅଧିନରେ ଥିବା ଅଧିକାଂଶ ବେଆଇନ ବାଲି ଘାଟରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ବଲବତ୍ତର ରହିଛି। ୧୪୪ ଧାରା ଲାଗିଥିବା ବେଆଇନ ବାଲି ଘାଟରୁ ଖୁଲାମ ଖୁଲା ଚୋରା ବାଲି ଲୁଟ ହେଉଛି। ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନଦୀ ବନ୍ଧ ନିର୍ମାଣ କରାଯାଉଛି। ଏପଟେ ବାଲି ମାଫିଆ ମାନେ ନଦୀ ବନ୍ଧକୁ କାଟି ନଦୀ ଗର୍ଭରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ବାଲି ଲୁଟ କରୁଛନ୍ତି। ତାହାର ନଗ୍ନ ନମୁନା ଆସିକା ସୁନାମ୍ବ ସାହି ଓ ଆସିକା ବରଗାଁ ଠାରୁ ଜୟପୁର ପଢାଳ ପର୍ଯ୍ୟନ୍ତ ନଦୀରେ ରାସ୍ତା ନିର୍ମାଣ କରାଯାଇଛି। ଖଣି, ରାଜସ୍ବ ବିଭାଗ ଆସିକା ଅଞ୍ଚଳରେ ଜଳକା ସାଜିଛନ୍ତି। ହାଇୱା, ଟିପର ଓ ଟ୍ରାକ୍ଟର ରେ ସହ ସହ ଗାଡି ବାଲି ଚାଲାଣ ହେଉଛି। ପୋଲିସ କାଁ ଭାଁ ଟ୍ରାକ୍ଟର ଜବତ କରୁଥିବା ବେଳେ ଖଣି ବିଭାଗ କାର୍ଯ୍ୟକଳାପ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି। ବିନା ୱାଇ ଫର୍ମ ରେ ବାଲି ଚାଲାଣ ହେଉଛି। ୧୪୪ ଧାରା ଲାଗିଥିବା ବେଆଇନ ବାଲି ଘାଟରେ ଜେସିବି ସାହାଯ୍ୟ ରେ ବାଲି ଉତ୍ତୋଳନ କରାଯାଉଛି। ଜିଲ୍ଲାରେ ଖଣି ମନ୍ତ୍ରୀ ଥାଇବି ଚୋରା ବାଲି ଚାଲାଣ ଉପରେ ରୋକ ଲାଗୁନାହିଁ। ତେଣୁ ଅନ୍ୟ ଜିଲ୍ଲା କଥା ନକହିବା ଭଲ l ବେ ଆଇନ ବାଲୁ ଘାଟ ରେ ପ୍ରଶାସନ ୧୪୪ ଧାରା ଲାଗୁ କରିବା ତାହା ଧର୍ମକୁ ଆଖିଠାର ସଦୃଶ୍ୟ ଏପଟେ ଲୋକଙ୍କୁ ଭୁଆଁ ବୁଲାଇ ବାଲି ମାଫିଆ ମାନଙ୍କୁ ଗେଲ୍ହା ପୁଅ ର ମର୍ଯ୍ୟାଦା ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଛି ଭଦ୍ର ମୁଖା ପିନ୍ଧା ପ୍ରଶାସନ l ଖଣି ଏବଂ ରାଜସ୍ୱ ବିଭାଗ ବାବୁ ମାନେ ମାସକୁ ଏହି ବାଲି ମାଫିଆ ମାନଙ୍କ ଠାରୁ ରାଜକୀୟ ମର୍ଯ୍ୟାଦା ସହ ରାଜକୀୟ ଭେଟି ନେଇ ମସଗୁଲ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଦିନକୁ ଏହି ବେ ଆଇନ ବାଲୁ ଘଟରୁ ସହ ସହ ଗାଡି ଚୋରା ଚାଲାଣ ହେଉଛି ବ୍ରହ୍ମପୁର ସହର ମଧ୍ୟକୁ ସଦର ପୋଲିସ ଥାନା ଦେଇ ଚୋରା ବାଲି ରୀତିମତ ଆସୁଛି ଏବଂ ଏହି ସଦର ଥାନା ଗେଟ ରେ ମୁଠା ଓ ଦୁଇ ମୁଠା ରେ ସବୁ ଫିକ୍ସଙ୍ଗ ହୋଇ ଥିବା ଖବର ଏବେ ଚର୍ଚ୍ଚା ଵି ହେଲାଣି ଏହା କୁଆଡେ ଥାନା ବାବୁଙ୍କ କୋଡ଼ ୱାର୍ଡ..! ତେଣୁ ରାଜ୍ୟ ରାଜସ୍ବ ବିଭାଗ ଏବଂ ଜିଲ୍ଲା ପୋଲିସ ଅଧିକାରୀ ଏବଂ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
