କୋଟପାଡ଼ ପୁରୁଣା ତହସିଲ ପଡିଆରୁ ଆଲ୍ଟୋ କାର ଚୋରି….

add-all

କୋରାପୁଟ /କୋଟପାଡ଼ :-12/05/26(ବସନ୍ତ ପେଗଡ଼ ) କୋଟପାଡ଼ ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ସାମ୍ନାକୁ ଆସୁଛି l ହେଲେ ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ସମାଲୋଚନା କରାଯାଉଛି l ଏହିପରି ଏକ ଚୋରି ଘଟଣା କିଛି ଦିନ ପୂର୍ବରୁ ଘଟିଛି ସହର ମଧ୍ୟଭାଗରେ ଥିବା ତହସିଲ ପଡିଆରେ l ସୂଚନା ପ୍ରକାରେ, କୋଟପାଡ଼ ମହାନ୍ତି ସାହି ନିବାସୀ ଦୁର୍ଗା ପ୍ରସାଦ ମହାପାତ୍ର ଗତ ଶନିବାର ଦିନ ତାଙ୍କ ସାନ ବାପାଙ୍କ ନାମରେ ରେଜିଷ୍ଟ୍ରସନ ଥିବା —-ଆଲ୍ଟୋ କାର ନମ୍ବର -ଓ ଆର /02/ଏ ଏନ /4098,ଗାଡିକୁ ଗତ ଆଠ ତାରିଖ ଦିନ ପେଟ୍ରୋଲ ଭରି ଘର ନିକଟରେ ଥିବା ତହସିଲ ପଡିଆରେ ପାର୍କିଂ କରିଥିଲେ l ହେଲେ କୌଣସି କାମ ଥିବାରୁ ଦଶ ତାରିଖ ଦିନ ଗାଡ଼ି ଆଣିବାକୁ ଗଲାବେଳେ ସେଠାରୁ କାର ଟି ଗାୟବ ହୋଇଯାଇଥିଲା l ଏ ନେଇ କୋଟପାଡ଼ ଥାନାରେ ଅଭିଯୋଗ କରିଛନ୍ତି ଦୁର୍ଗା ପ୍ରସାଦ କାର ଟିକୁ ଉଦ୍ଧାର କରିବା ପାଇଁ l ପ୍ରକାଶ ଥାଉକି,ଏଇ ଅଳ୍ପ ଦିନ ପୂର୍ବରୁ ଘୁମର ରୋଡ଼ ସ୍ଥିତ ମାତାଗୁଡ଼ି ମନ୍ଦିରରୁ ମାଂ ଙ୍କ ଅଳଙ୍କlର ଏବଂ ଦାନ ହୁଣ୍ଡୀ ଚୋରି ଘଟଣା ଘଟିଛି, କିନ୍ତୁ ବର୍ତମାନ ସୁଦ୍ଧା ପୋଲିସ ଚୋରି କରିଥିବା ଦୁର୍ବୁତ୍ତର ଟେର ପାଇ ପାରିନି l ବର୍ତମାନ କାର ଚୋରି ଘଟଣାରେ କୋଟପାଡ଼ ପୋଲିସକୁ କେବେ ସଫଳତା ମିଳିବ ଦେଖିବାକୁ ବାକି l

ad-week
Leave A Reply

Your email address will not be published.