ଭାଜପା ସଭା ମଞ୍ଚରେ ଥାନା ଅଧିକାରୀ ସାଧରଣ ରେ ଛନକା…..!

ବର୍ତ୍ତମାନ କଣ ପୋଲିସ ସାଜିଛି ବିଜେପି ର ମୁଖ୍ୟ କର୍ମୀ…???

add-all

କଣ ନ୍ୟାୟ ପାଇବାରୁ ବଞ୍ଚିତ ହେବେ କି ଭାଜପା ବିରୋଧି ଓ ସାଧାରଣ ଜନତା …..!
ବ୍ରହ୍ମପୁର: ପୋଲିସ ନିରପେକ୍ଷତାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାର ଜଣେ ବର୍ଦ୍ଧିଧାରୀ ବାଲିଛାଇ ଫାଣ୍ଡି ଅଧିକାରୀ ବିଜେପି ଦଳୀୟ କାର୍ଯ୍ୟକ୍ରମ ରେ ବାବୁ ମଞ୍ଚ ଉପରେ ନେତାଙ୍କ ଗହଣ ରେ ବସିଥିବା ଫୋଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ପ୍ରଥମେ ବାବୁ ବେକରେ ଉତ୍ତରୀୟ ଗାମୁଛା ପକେଇବା ପରେ ସଭା ମଞ୍ଚରେ ନେତାଙ୍କ ସହ ବସିଥିଲେ ଫାଣ୍ଡି ବାବୁ।ଏହି ଫୋଟ ଭାଇରଲ ପରେ ପୋଲିସ କଣ ବିଜେପି ର ଦଳୀୟ କର୍ମୀ କି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ବେକରେ ଦଳୀୟ ଉତ୍ତରୀୟ ସାଙ୍ଗକୁ ଦଳୀୟ ସଭା ମଞ୍ଚରେ ନେତାଙ୍କ କାନ୍ଧକୁ କାନ୍ଧ ଲଗାଇ ବାବୁ ବସିଥିଲେ। ଡବଲ ଇଞ୍ଜିନ ଆସିଲା ପରେ ପୋଲିସ ମାନୁଏଲ ରେ କଣ ପରିବର୍ତ୍ତନ ହୋଉଛି କି…?ଫାଣ୍ଡି ବାବୁଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା। ସାଧାରଣ ରେ ଚର୍ଚ୍ଚା ହେଉଛି ବର୍ତ୍ତମାନ ପୋଲିସ ସାଜିଛନ୍ତି ବିଜେପି ର ମୁଖ୍ୟ କର୍ମୀ l ଯାହାକି ଆଜି ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି ଏହି ଦୃଶ୍ୟ ଦେଖିଲେ l ଚାପୁରସୀ ର ସୀମା ଉଲଘଂନ କରିଛନ୍ତି ଏହି ପୋଲିସ ବାବୁ ଜଣକ ଯାହାକି ସାଧାରଣ ଲୋକ ଏବଂ ବିଜେପି ବିରୋଧୀ ଗୋଷ୍ଠୀ ଙ୍କ ମଧ୍ୟରେ ଛନକା ପଶିଲାଣି, ଦେଖା ଯାଉ ଜିଲ୍ଲା ଆରକ୍ଷୀ ଅଧିକାରୀ ଏବଂ ରାଜ୍ୟ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା…

ad-week
Leave A Reply

Your email address will not be published.