ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା, ଜିଲ୍ଲା କୃଷି ଅଧିକାରୀ ଓ ବୋଲେରୋ ଚାଳକ ଆହତ…

add-all

ମାଲକାନଗିରି, ୧୧।୫ମାଲକାନଗିରି ଜିଲ୍ଲା ବନ୍ଧଗୁଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ଜିଲ୍ଲା କୃଷି ଅଧିକାରୀଙ୍କ ସହ ତାଙ୍କ ଗାଡି ଚାଳକ ଆହତ। ସୂଚନା ଅନୁଯାୟୀ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ନିଜ ସରକାରୀ ଗାଡ଼ି ରେ ଜିଲ୍ଲାର ଧୁଙ୍ଗିଆପୁଟ ରେ ଅନୁଷ୍ଠିତ ହେଉଥିବା ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିଲେ। ଜିଲ୍ଲା ସଦରରୁ ଜୟପୁର କୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜଥରେ ଯିବା ବେଳେ ବନ୍ଧଗୁଡ଼ା ଗ୍ରାମ ନିକଟରେ ଏକ ମୋଟର ସାଇକେଲକୁ ସାଇଡ ଦେବାକୁ ଯାଇ ସାମ୍ନା ରୁ ଆସୁଥିବା ଭଞ୍ଜନଗର କାଲିମେଳା ସରକାରୀ ବସ୍ ସହ କୃଷି ଅଧିକାରୀଙ୍କ ଗାଡ଼ିଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କୃଷି ଅଧିକାରୀ ଓ ତାଙ୍କ ଗାଡ଼ି ଚାଳକ ଇଶ୍ଵର ଭୂମିଆ ଏଥିରେ ଆହତ ହୋଇଥିଲେ। ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବା ବେଳେ କୃଷି ଅଧିକାରୀଙ୍କୁ ସାମାନ୍ୟ ଆଘାତ ଲାଗିଥିବା ହେତୁ ତାଙ୍କର ତୁରନ୍ତ ଚିକିତ୍ସା ପରେ ସେ ପ୍ରଶାସନର ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଚାଲି ଯାଇଛନ୍ତି। ଅନ୍ୟପଟେ ତାଙ୍କ ଡ୍ରାଇଭର ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ବର୍ତ୍ତମାନ୍ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣା ପଡ଼ିଛି। ବସ୍ ଟି ର ବିଶେଷ କ୍ଷତି ହୋଇ ନଥିବା ସହ କୌଣସି ଯାତ୍ରୀ ଏଥିରେ ଆହତ ହୋଇନଥିବା ଜଣା ପଡ଼ିଛି। ତେବେ ବସର ସାମ୍ନା ଭାଗର କିଛି ଅଂସ ସହ କୃଷି ଅଧିକାରୀଙ୍କ ଗାଡିର ସାମ୍ନା ଭାଗରେ ବ୍ୟାପକ କ୍ଷତି ହୋଇଛି। ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.