ଦରଦାମ ବୃଦ୍ଧି ଯୋଗୁଁ ଡବଲ ଇଞ୍ଜିନର ବ୍ରେକ ଫେଲ ସାଧାରଣ ଜନତା ହଟହଟା…?

add-all

ପ୍ରତ୍ୟେକ ସାମଗ୍ରୀ ମହଙ୍ଗା ପାଇଁ କଣ ମଧ୍ୟ ପ୍ରାଚ୍ୟ ଯୁଦ୍ଧ କି…..!
ବ୍ରହ୍ମପୁର: ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ବଚତ୍ ବାଣୀ ପରେ ଏବେ ପେଟ୍ରୋଲ ଡିଜେଲର ଆଜି ଦର ବୃଦ୍ଧି ହୋଇଛି। ଗତ କିଛି ଦିନ ହେଲା ଅଧିକାଂଶ ଖାଉଟି ସାମଗ୍ରୀ ରେ ଦର ବୃଦ୍ଧି ହୋଇଛି। ସରକାର କେବଳ ମଧ୍ୟ ପ୍ରାଚୀ ଯୁଦ୍ଧର ଦ୍ୱାହି ଦେଇ ଲୋକଙ୍କୁ ଭୁଆଁ ଭୁଲାଉଛନ୍ତି। ଡବଲ ଇଞ୍ଜିନ ସରକାର ପକ୍ଷରୁ ଏବେ ସାଧାରଣ ଜନତା ପେଟ୍ରୋଲ ଡିଜେଲ ପାଇଁ ଲାଇନରେ ଲାଗି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପଟେ ଆଳୁ ମନ୍ତ୍ରୀ ତେଲର ଅଭାବ ଥିବାକୁ ମାନିବାକୁ ନାରାଜ। ଆଳୁ ଅଭାବ ଥିବା ବେଳେ ଆଳୁର ଅଭାବ ନାହିଁ ବୋଲି ମନ୍ତ୍ରୀ ବୟାନ ବାଜୀ କରୁଥିଲେ। ପେଟ୍ରୋଲ ଡିଜେଲ ରେ ୩ ଟଙ୍କା ପ୍ରତି ଲିଟର ବଢିଥିବା ଯୋଗୁଁ ପୁଣି ଅନେକ ସାମଗ୍ରୀ ର ଦରଦାମ ବଢ଼ିଯିବ। ଖାଇବା ତେଲ ଠାରୁ ଆରମ୍ଭ କରି ପ୍ରତେକ ଖାଦ୍ୟ ସାମଗ୍ରୀ ରେ ମନ ଇଚ୍ଛା ଦରଦାମ ବୃଦ୍ଧି ହୋଇଥିଲେବି ଯୋଗାଣ ବିଭାଗ ଗଞ୍ଜାମ ଜିଲ୍ଲାରେ ଚେଇଁ ଶୋଇଛି।

ad-week
Leave A Reply

Your email address will not be published.