
ନୟାଗଡ଼, ୧୬/୫(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମପଞ୍ଚାୟତ ସ୍ଥିତ ମା” ଦକ୍ଷିଣ କାଳୀ ଦେବୀଙ୍କ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ଉଦଯାପିତ ହୋଇଯାଇଅଛି । ଏହି ମlଙ୍ଗଳିକ କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,ରଣପୁର ବ୍ଲକ ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ,ରାଜସୁନାଖଳା ଫ୍ରେଣ୍ଡସ କ୍ଳବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ, ସମାଜସେବୀ ପ୍ରଫୁଲ କୁମାର ନାୟକ,ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ମା “ଦକ୍ଷିଣ କାଳୀଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିବାବେଳେ ଗ୍ରାମବାସୀମାନଙ୍କ ସହିତ ମିଶି ମନ୍ଦିରର ଉନ୍ନତି ବିଷୟରେ ପଚାରି ବୁଝିଥିଲେ ।ଏହି ଯଜ୍ଞ ଉତ୍ସବରେ ପଣ୍ଡିତମାନଙ୍କ ବେଦ ପଠନ ଚତଃଦିଗକୁ ଭାବ ଓ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲା । ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ପଣ୍ଡିତ ଜାନକୀବଲ୍ଲଭ ଦାସ , ରବିନ୍ଦ୍ରନାଥ ନନ୍ଦ, ଶ୍ରୀନିବାସ ଦାସ, ଦୀପକ କୁମାର ଆଚାର୍ଯ୍ୟ,ସୁରେଶ ଚନ୍ଦ୍ର ମହାପାତ୍ର ଓ ମନ୍ଦିରର ପୂଜକ ନାରାୟଣ ରଣା ପ୍ରମୁଖ ଯଜ୍ଞ ପରିଚାଳନା କରିଥିବେଳେ କର୍ତ୍ତା ଭାବେ ସୁରେନ୍ଦ୍ର କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ସନ୍ତୋଷିନୀ ସାହୁ କର୍ତ୍ତୀଭାବେ ଯଜ୍ଞ କାର୍ଯ୍ୟକୁ ସମ୍ପାଦନ କରିଥିଲେ । ମା’ ଦକ୍ଷିଣ କଳୀ ଦେବୀଙ୍କ ପବିତ୍ର ପୂଣ୍ୟ ପୀଠରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ବ୍ରତଧାରୀମାନେ ଉପସ୍ଥିତ ରହି ମା’ଙ୍କ ଦିବ୍ୟ ଦର୍ଶନ କରି କୃପାଲାଭ କରିଥିଲେ ।ଏହି ଯଜ୍ଞ ଉତ୍ସବକୁ ରାଜସୁନାଖଳା ଗ୍ରାମବାସୀ, ଯୁବଗୋଷ୍ଠୀ ଓ ମା “ଦକ୍ଷିଣ କାଳୀ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ।
