ପୁଲିମେଟଲାରୁ ହାଇଦ୍ରାବାଦ ଗୋ ଚାଲାଣ ଅଭିଯୋଗ : ଅଲସିଗୁଡାରେ ୧୫ଟି ଗାଈ ଉଦ୍ଧାର, ପୋଲିସର ତଦନ୍ତ ଜାରି…

add-all


କାଲିମେଳା, ତା.୧୭/୦୫ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଅଲସିଗୁଡା ଗ୍ରାମ ନିକଟରେ ଗୋ ଚାଲାଣ ଅଭିଯୋଗକୁ କେନ୍ଦ୍ର କରି ଚଞ୍ଚଳତା ସୃଷ୍ଟି ହୋଇଛି । ଗତ ରାତି ପ୍ରାୟ ୨ଟା ସମୟରେ ପୁଲିମେଟଲା ଅଞ୍ଚଳରୁ ହାଇଦ୍ରାବାଦ ଅଭିମୁଖେ ପ୍ରାୟ ୧୫ଟି ଗାଈ ଚାଲାଣ ହେଉଥିବା ସୂଚନା ପାଇ ମାଲକାନଗିରି ସନାତନୀ ଦଳ ଏବଂ ବଜରଙ୍ଗ ଦଳର କେତେକ ଯୁବକ ଘଟଣାସ୍ଥଳରେ ପହଞ୍ଚି ଗାଇ ଗୁଡିକୁ ଅଟକାଇଥିବା ଜଣାପଡ଼ିଛି । ଯୁବକମାନେ ଗାଈମାନଙ୍କୁ ଗୋ ହତ୍ୟା ପାଇଁ ଚାଲାଣ କରାଯାଉଥିବା ଅଭିଯୋଗ କରିଥିବା ବେଳେ ଘଟଣା ସମ୍ପର୍କରେ କାଲିମେଳା ଥାନାକୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଏହି ଗୋ ଚାଲାଣ ଘଟଣାରେ କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତର କାର୍ତ୍ତିକ ନାମକ ଜଣେ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଏହାସହ କାଲିଗୁଡା ଗ୍ରାମର କରା ମୁତ୍ତା ଓ ମନ୍ଦାପଲ୍ଲୀ ଗ୍ରାମର ଯୋଗ ହାଲବାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ SI ବିଜୟ କୁମାର ମାଝୀ, ASI ରାମକାନ୍ତ ସାହୁ, ଇର୍ମା ରାୱା ଓ ହାବିଲଦାର ଦେବା ମାଡକାମି ସହ କାଲିମେଳା ଥାନାର ପୋଲିସ ଟିମ୍ ପହଞ୍ଚି ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ପକ୍ଷରୁ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟତା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.