ବ୍ରହ୍ମପୁରରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକ କୁ ଏନକାଉଣ୍ଟରକଲା ଗୋପାଳପୁର ଥାନା ପୋଲିସ

add-all

ବ୍ରହ୍ମପୁର : ଅନେକ ଦିନର ନୀରବତା ପରେ ପୁଣି ଆରମ୍ଭ ହେଲା ପୋଲିସ ପକ୍ଷରୁ ଏନକାଉଣ୍ଟର ଏଥର ସବାଡ଼ ହେବେ ଅପରାଧୀ, ଏକ୍ସନ ମୁଡରେ ଏବେ ବ୍ରହ୍ମପୁର ପୋଲିସ।ଆଜି ଭୋର ସକାଳେ ଗୋପାଳପୁର ଓଭର ବ୍ରିଜ୍ ରୁ ଶ୍ୟାମ ବେହେରାଙ୍କୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ଦିପୁନା ସଂପୃକ୍ତି ରହିଥିଲା । ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକ ଏମ୍ ଏବଂ ଗୋପାଳପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ଦିପୁନା କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।
ଦିପୁନା ଙ୍କୁ ଧରିବାକୁ ପୋଲିସ ଯାଇଥିବା ବେଳେ ଗୋପାଳପୁରର ଥାନା ଅନ୍ତର୍ଗତ କୀର୍ତ୍ତିପୁର ନିକଟରେ ପୋଲିସ ଉପରକୁ ବୋମମାଡ଼ ସହ ଫାଙ୍କା ଗୁଳି ଚାଳନା କରିଥିଲା ଦୀପୁନା। ପୋଲିସ ର ପାଲଟା ଗୁଳି ଚାଳନା ବେଳେ ଆହତ ହୋଇଛି ଦିପୁନା ତାର ବାମ ଗୋଡ଼ରେ ଲାଗିଛି ଗୁଳି। ପୋଲିସ ତାକୁ ଉଦ୍ଧାର କରି ଏମକେସିଜି ମେଡିକାଲ ରେ ଭର୍ତ୍ତି କରିଛି।ଦିପୁନା ନାଁ ରେ ପୂର୍ବରୁ ବିଭିନ୍ନ ଥାନାରେ 20 ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.