ୟୁକ୍ରେନର ଡ୍ରୋନ ଆକ୍ରମଣରେ ରଷିଆରେ କାର୍ଯ୍ୟରତ ଯୁବକ ମୃତ : ପ୍ରାଣ ହରାଇଛନ୍ତି ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗାଁର ଏ.ରାମାୟା…

add-all

ଯୁଦ୍ଧ ନେଲା ଜୀବନ ରୋଜଗାର ପାଇଁ ଯାଇ ଜୀବନ ହାରିଲେ ଓଡ଼ିଆ ଯୁବକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗ୍ରାମର ଏ. ରାମାୟା ରଷିଆରେ ଏକ ତୈଳ କମ୍ପାନୀ ରେ କାମ କରୁଥିଲେ । ୟୁକ୍ରେନର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏ ରାମାୟା ରଷିଆରେ ଏକ କମ୍ପାନୀରେ କାମ କରୁଥିଲେ। ଗତ କିଛିଦିନ ତଳେ ତାଙ୍କ ପରିବାର ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲେ। ମୃତ ଯୁବକଙ୍କ ଘରେ ଖବର ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ରାମେୟା ଘର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ଦୁଇ ବର୍ଷ ତଳେ ରଷିଆ ଯାଇଥିଲେ। ତାଙ୍କ ବାପା, ମା, ଭାଇ ଓ ପରିବାର ଲୋକେ ଶୋକାକୁଳ ହୋଇପଡିଛନ୍ତି। ଗ୍ରାମବାସୀ ଓ ସମ୍ପର୍କୀୟମାନେ ଘରେ ଭିଡ଼ ଜମାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛନ୍ତି।
ମୃତ ଏ ରାମାୟା ମରଶରୀର ଭାରତ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି। ରଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନେକ ଭାରତୀୟ ନାଗରିକ ସେଠାରେ ଫସି ରହିଛନ୍ତି। ପୂର୍ବରୁ ମଧ୍ୟ କେତେକ ଭାରତୀୟଙ୍କ ମୃତ୍ୟୁ ଖବର ଆସିଥିଲା। ଭାରତ ସରକାର ବିଦେଶରେ ଫସିଥିବା ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମଧ୍ୟ ରେ ଦାବି ହେଉଛି ।

ad-week
Leave A Reply

Your email address will not be published.