
କୋରାପୁଟ/କୋଟପାଡ଼:-19/05/26(ବସନ୍ତ ପେଗଡ଼ )ସୋମବାର ଦିନ ଅନୁପଯୁକ୍ତ ସ୍ଥାନରେ ନିର୍ମାଣ କରାଯାଉଥିବା ଆର ଏମ ସି ପିଣ୍ଡିକୁ ବିରୋଧ କରି କୋଟପାଡ଼ ଅତିରିକ୍ତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଚାନ୍ଦିଲି ପଞ୍ଚାୟତର ଚାଷୀ ଗୋଷ୍ଠୀ l ମିଳିଥିବା ସୂଚନା ପ୍ରକାରେ ଆର୍ଥିକ ବର୍ଷ 2024-25ରେ ପାଇଁ ଆର ଏମ ସି ଏବଂ ଲ୍ୟାମ୍ପସର ଗୋଦାମ ଗୃହ ନିର୍ମାଣ ପାଇଁ କୋଟପାଡ଼ ତହସିଲ ଅନ୍ତର୍ଗତ ଦେୱଡା ମୌଜାରେ ରହିଥିବା ପତିତ ଜମି ଖାତା ନମ୍ବର -223,ପ୍ଲଟ ନମ୍ବର-134-ମୋଟ ଆଠ ଏକର ପଞ୍ଚାସ୍ତରୀ ସେଣ୍ଟ ମଧ୍ୟରୁ ଚାନ୍ଦିଲି ପଞ୍ଚାୟତର ଲ୍ୟାମ୍ପସ କୋଠା ନିର୍ମାଣ ପାଇଁ 2. 35 ଏକର ଏବଂ ଆର ଏମ ସି କୋଠା ନିର୍ମାଣ ପାଇଁ 2.35 ଏକର ଜମି ପ୍ରଦାନ କରାଯାଇଥିଲା l ଯେତେବେଳେ କୋଠା ନିର୍ମାଣ କାର୍ଯ୍ୟ ପିପିଳାହାଣ୍ଡି ସ୍ଥିତ ବନ୍ୟା ପ୍ରଭାବିତ ଭଳି ଅନୁପଯୁକ୍ତ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେଲା, ଚାନ୍ଦିଲି ପଞ୍ଚାୟତର ଚାଷୀ ଗୋଷ୍ଠୀ ଜୟପୁର ଉପ-ଜ଼ିଲ୍ଲା ପାଳଙ୍କ କାର୍ଯ୍ୟଳୟରେ ଏହାର ବିରୋଧ କରି ପ୍ରସ୍ତାବିତ ସ୍ଥାନରେ କୋଠା ନିର୍ମାଣ କରିବାକୁ ଗୁହାରି କରିଥିଲେ l ଜୟପୁର ଉପ -ଜ଼ିଲ୍ଲାପାଳ ନିର୍ମାଣ ସ୍ଥଳ ପହଂଚିଥିଲେ ଏବଂ ପୂର୍ବ ନିର୍ଧାରିତ ସ୍ଥାନରେ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ଏହାରି ଭିତରେ ରାଜନୈତିକ ହସ୍ତକ୍ଷେପ ଓ ଚାପଦ୍ୱାରା ପୂଣି ପିପିଲା ହାଣ୍ଡି ଠାରେ ଗତ ଦିନରେ କୋଠା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏହାର ବିରୋଧ କରି ପଞ୍ଚାୟତ ସଦରବାସୀ ମଙ୍ଗଳବାର (13/05/26)ଦିନ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l କିନ୍ତୁ ଏହାରି ଭିତରେ ପୁଣି ପିପିଲାହାଣ୍ଡିର ଅନୁପଯୁକ୍ତ ସ୍ଥାନରେ ଠିକାଦାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସୋମବାର କୋଟପାଡ଼ ଅତିରିକ୍ତ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ପୂଣି ବୋରିଗୁମ୍ମା ଠାରେ ଆୟୋଜିତ ଜ଼ିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଗୁହାରି କରିଛନ୍ତି l
ଅପର ପକ୍ଷରେ କାହା ଆଦେଶରେ ଏବଂ କାହାର ସ୍ୱାର୍ଥ ସାଧନ ପାଇଁ ଜ଼ିଲ୍ଲାପାଳଙ୍କ ଆଦେଶକୁ ଅଣଦେଖା କରାଯାଇ ଜ଼ିଲ୍ଲାପାଳଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ସ୍ଥାନରେ ପିଣ୍ଡି କାର୍ଯ୍ୟ କରା ନ ଯାଇ ପିପିଳାହାଣ୍ଡିର ବନ୍ୟା ପ୍ରଭାବିତ ସ୍ଥାନରେ ଠିକାଦାର କାମ ଆରମ୍ଭ କରିଛି ଏହା ସନ୍ଦେହ ଘେରରେ…!
