ଡ଼ି.ଜି.ପି ଙ୍କ ଏନ କାଉଣ୍ଟର ପାଇଁ କଡା ନିର୍ଦେଶ ସେପଟେ ଅପରାଧ ତତ୍ତ୍ୱ ମାନଙ୍କ ମେଳି…..!

ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଲେଣି ଅପରାଧୀତତ୍ତ୍ୱ…

add-all

ବ୍ରହ୍ମପୁର: ବର୍ତ୍ତମାନ ଅଶାନ୍ତ ହୋଇ ପଡିଛି ଗଞ୍ଜାମ ଜିଲ୍ଲା ରେ ଥିବା ଦୁଇଟି ପୋଲିସ ଜିଲ୍ଲା l ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ମାଫିଆ ମାନେ ସକ୍ରିୟ ହୋଇଥିବା ଚର୍ଚ୍ଚା ହେଲାଣି। ଡ଼ିଜିପି ଙ୍କ ପକ୍ଷରୁ ଏନକାଉଣ୍ଟର ଫର୍ମାନ ଜାରି ପରେ ଅପରାଧ ତତ୍ତ୍ୱ ମାନଙ୍କ ମଧ୍ୟରେ ଛନକା ପଶିଛି କି ନାହଁ ତାହାବି ସନ୍ଦେହ ହେଲାଣି । ସୂଚନା ଥାଉକି ଆସିକା ଏସ୍ଡ଼ିପିଓ ସନ୍ତୋଷ ଜେନା ନିଲମ୍ବିତ ଖବର ପ୍ରକାଶ ହେଉ ହେଉ ଅପରାଧ ତତ୍ତ୍ୱ ମାନେ ଭଞ୍ଜନଗର, ଆସିକା, ଧରାକୋଟ ଓ ଶେରଗଡ଼ ଅଞ୍ଚଳରେ ରାଜ କରୁଥିବା ଅପରାଧ ତତ୍ତ୍ୱ ମାନେ ମେଳି ବାନ୍ଧି ଅପରାଧ ପାଇଁ ସଜବାଜ ହେଉଥିବା ଆଲୋଚନା ହେଲାଣି। ଆସିକା ଅଞ୍ଚଳରେ ଦାଦା ବଟି ସାଙ୍ଗକୁ ମାଫିଆ ମାନଙ୍କ ଆତଙ୍କ ରାଜ ଦୀର୍ଘ ଦିନ ହେଲା ବନ୍ଦ ରହିଥିଲା। ବାଘ ନଥିବାର ସୁଯୋଗ ନେଇ ମାଫିଆ ମାନେ ସକ୍ରିୟ ହେଉଥିବା ଚର୍ଚ୍ଚା ହେଲାଣି। ଆଗକୁ ପଞ୍ଚାୟତ ନିର୍ବାଚନ ଦକ୍ଷ ପୋଲିସ ଅଫିସର ନଥିଲେ ଆସିକା ସମେତ ଅନ୍ୟ ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ବିଗିଡ଼ିଵାର ସମ୍ଭାବନା ରହିଛି। ମାଳ ମାଳ ମାଉ ଜର ପାହାଡ଼ ଉପରେ ଗଞ୍ଜାମ ଜିଲ୍ଲା ରହିଛି। ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଗୋଟିଏ ଏନକାଉଣ୍ଟର ହେଲା ସତ କିନ୍ତୁ ଠିକ ଗୋଟିଏ ଦିନ ଵି ଯାଇନି ଜନଗହଳି ପରିବେଶ ମଧ୍ୟରେ ଜଣକୁ ପିଟି ପିଟି ଲହୁ ଲୁହାଣ କରିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଯାହାକି ପୋଲିସ କୁ ଏହା ବଡ ଚ୍ୟଲେଞ୍ଜ ଦେଇଛି ସେ ଦୃଶ୍ୟ ହୃଦୟ ବିଦାରକ ଥିଲା ଯାହାକି ଡ଼ି.ଜି.ପି ଙ୍କ ଏନ କାଉଣ୍ଟର ଠାରୁ ମଧ୍ୟ ଭୟଙ୍କର ଥିଲା l ବର୍ତ୍ତମାନ ସାଧାରଣ ଜନତା ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଗଞ୍ଜାମ ଜିଲ୍ଲା ପୋଲିସ ୱାରଣ୍ଟି ମାନଙ୍କୁ ଗିରଫ

କରିବାରେ ବ୍ୟସ୍ତ ଏପଟେ ବ୍ରହ୍ମପୁର ପୋଲିସ ଏନକାଉଣ୍ଟର କରି ଅପରାଧୀ ମାନଙ୍କୁ ସାବାଡ଼ କରିବାକୁ ଚେଷ୍ଟା କରିଛି କିନ୍ତୁ ଗତ କାଲିର ଦୃଶ୍ୟ ଦେଖିଲେ ଅପରାଧୀ ମାନେ ପୋଲିସ ପ୍ରତି ଭୟ ଥିଲା ଭଳି ମନେ ହେଉନାହିଁ l ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଡାକ୍ତର ଶ୍ରବଣା ବିବେକ ଏମ ଏବଂ ଅତିରିକ୍ତ ଆରକ୍ଷୀ ଅଧିକାରୀ ଆଲୋକ ଜେନା ଙ୍କୁ ଛାଡିଲେ ଅପରାଧୀ ମାନଙ୍କ କୌଣସି ଥାନା ଅଧିକାରୀ ମାନଙ୍କ ଭୟ ନାହିଁ କାରଣ ବାବୁ ମାନେ ଶୀତ ତାପ ନିୟନ୍ତ୍ରଣ କୋଠରୀ ରେ ବସି ମସଗୁଲ ଥିବା ଦେଖିବାକୁ ମିଳୁଛି ବୋଲି ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚା ହେଉଛି l ବର୍ତ୍ତମାନ ବ୍ରହ୍ମପୁର ପୋଲିସ ଜିଲ୍ଲା ଅଶାନ୍ତ କହିଲେ କିଛିବି ଭୁଲ ହେବ ନାହିଁ l ଗତ କାଲିର ଘଟଣା କୁ ନେଇ ସହର ବାସୀ ଚିନ୍ତିତ ଏହି ଦୁଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ଭରସା ରଖିଛି ସହର ଖାଲି ସମୟର ଅପେକ୍ଷା….

ad-week
Leave A Reply

Your email address will not be published.