କଳା ମୁଗୁନି ପାହାଡ଼ ବ୍ଲାଷ୍ଟିଙ୍ଗ ପାଇଁ ବ୍ୟବହୃତ ସାମଗ୍ରୀ ଜବତ

add-all

ନୟାଗଡ଼,୧୮/୫ (ନିସର୍ତ୍ତ):କଳା ମୁଗୁନି ପଥର ଖନନକୁ ନେଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହତ୍ୟା କାଣ୍ଡ ର ଦୃଶ୍ୟ ଚିତ୍ରପଟ ହେଉଥିବା ବେଳେ ରଣପୁର ପ୍ରଶାସନ ଏବେ ତତ୍ପର ହୋଇଉଠିଛି । ରଣପୁର ତହସିଲ ଅଧିନସ୍ତ ପଟିଆ ପଞ୍ଚାୟତର ଜିରିପଡ଼ା ମୌଜାରେ ୩୪୩ ପ୍ଲଟ ରେ ଏକ କଳା ମୁଗୁନି ପାହାଡ଼ରେ ବ୍ଲାଷ୍ଟ ପାଇଁ ବ୍ୟବହୃତ ସାମଗ୍ରୀ ଲାଗିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ତହସିଲଦାର ଅର୍ଯ୍ୟକୁମାର ସର୍ବଦମନ,ଚାନ୍ଦପୁର ପୁଲିସ ଟିମ୍ ଓ ବମ ସ୍କାର୍ଡ ସହ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିପୁଳ ମାତ୍ରାରେ ବାରୁଦ, ଏଲେକ୍ତି ଇଲେକ୍ଟ୍ରି ତାର, ଲୁହା ପାଇପ ସମେତ ପ୍ଲାଷ୍ଟିକ ପାଇପ ଏବଂ ହୋଲ ପାଇଁ ବ୍ୟବହୃତ ୨ କଂପ୍ରେଶର ମେସିନ ଜବତ କରିଛି। ଏହି ପାହାଡ଼ ବ୍ଲାଷ୍ଟ୍ ରେ ବ୍ୟବହୃତ ସାମଗ୍ରୀ ଏତେ ଜଟିଳ ଯେ ବମ ସ୍କାର୍ଡ଼ ଟିମ ଏହାକୁ ନିଷ୍କ୍ରିୟ କରିବାରେ ମଧ୍ୟ ଫେଲ ମାରିଥିଲା । ପରେ ଚାନ୍ଦପୁର ପୁଲିସ୍ ଏହି ବ୍ଲାଷ୍ଟିଙ୍ଗ ସ୍ଥାନକୁ ଯିବା ପାଇଁ ପଥର ମାଫିଆ ମାନେ ନିର୍ମାଣ କରିଥିବା ରାସ୍ତାକୁ ବିଚ୍ଛିନ୍ନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଘଟଣା କୁ ନେଇ ଚାନ୍ଦପୁର ଥାନାରେ ନଂ ୮୯/୨୬ ରେ ଏକ ମାମଲା ରୁଜୁ ହୋଇଛି ।

ad-week
Leave A Reply

Your email address will not be published.